ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଚ ସ୍ପୋର୍ଟ୍ସ ଆୟୋଜିତ

ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଚ ସ୍ପୋର୍ଟ୍ସ ଆୟୋଜିତ।ପୁରୀ ୮/୧ ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରସାଶନ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଆଜି ପୂର୍ବାହ୍ନରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସମୁଦ୍ର ବେଳାଭୂମି ଠାରେ ବାଳକ କବାଡି ପ୍ରତିଯୋଗୀତାରେ ନିତା ସ୍ପୋର୍ଟ୍ସ ଏକାଡେମୀ ଚମ୍ପିୟାନ ହୋଇଥିବା ବେଳେ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟ୍ସ ଜୋନ ରନର୍ସଅପ ହୋଇଅଛି। ଏହି ପ୍ରତିଯୋଗିତାରେ ମ୍ୟାନ ଅଫ ଦି ମ୍ୟାଚ ଭାବରେ ନିତା ଏକାଡେମୀର ଖେଳାଳି ଶୁଭେନ୍ଦୁ ବାରିକ ବିବେଚିତ ହୋଇଥିଲେ। ବାଳିକା ବିଭାଗରେ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟ୍ସ ଜୋନ ଚମ୍ପିୟାନ ହୋଇଥିବା ସ୍ଥଳେ ନିତା ସ୍ପୋର୍ଟ୍ସ ଏକାଡେମୀ ରନର୍ସଅପ ହୋଇଅଛି। ପ୍ରତିଯୋଗିତାରେ ଶୁଭସ୍ମିତା ବିଶ୍ୱାଳ ଓମେନ ଅଫ ଦି ମ୍ୟାଚ ହୋଇଛନ୍ତି। ଦଉଡି ଟଣା ପ୍ରତିଯୋଗିତାରେ ବାଳକ ବିଭାଗରେ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟ୍ସ ଜୋନ ଓ ବାଳିକା ବିଭାଗରେ ନିତା ସ୍ପୋର୍ଟ୍ସ ଏକାଡେମୀ ଚମ୍ପିୟାନ ହୋଇଅଛି। ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଉପସ୍ଥିତ ଥିବା ବେଳେ ନିତା ସ୍ପୋରର୍ଟ ଏକାଡେମୀର କ୍ୟାପଟେନ ବିକାଶ ମହାପାତ୍ର ଓ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟ୍ସ ଜୋନର ଜଗନ୍ନାଥ ଗଡନାୟକ ପୁରସ୍କାର ଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ ଜିତେନ୍ଦ୍ର ବେହେରା, ଶେଫାଳି ପତି ଓ ଗାୟତ୍ରୀ ସେଠୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *