ଓଡିଶା ଆଇନଜୀବୀ ରାଜ୍ୟ ସଂଘକୁ ଉପ ସଭାପତି ଭାବେ ନିର୍ବାଚିତ

ଓଡିଶା ଆଇନଜୀବୀ ରାଜ୍ୟ ସଂଘକୁ ଉପ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସେହିଭଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ରଘୁନାଥ ପ୍ରସାଦ ପାଣିଗ୍ରାହୀ ଉପସଭାପତି,ନୟନ ଚନ୍ଦ୍ର ମହାପାତ୍ର,ସେହିପରି କୁଞ୍ଜବିହାରୀ ପଣ୍ଡା ସହ- ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଯୋଗୁ ଆଜି ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ଉପେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ରେ ସ୍ବାଗତଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା l ପୂର୍ବାହ୍ନ ୧ ଘଣ୍ଟା ସମୟରେ ୟୁନ୍ନିୟନ ବ୍ୟାଙ୍କ ନିକଟରୁ ପାଛୋଡ଼ି ଦେଇ ଓକିଲ ସଂଘର ବୈଠକ ଗୃହରେ ସମ୍ବର୍ଦ୍ଧନା କରାଯାଇଥିଲା l

ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଓକିଲ ସଂଘର ସଦସ୍ୟ ପୀତବାସ ପଣ୍ଡା ଯୋଗଦେଇ ରାଜ୍ୟରେ ଥିବା ଆଇନଜୀବୀଙ୍କର ବିଭିନ୍ନ ସମସ୍ୟାକୁ ଓଡିଶା ସରକାରଙ୍କ ଦୂଷ୍ଟିଗୋଚର ନେଇ ଓକିଲଙ୍କ କପ୍ରୋସଫଣ୍ଡ ବୃଦ୍ଧି ନିମନ୍ତେ ପ୍ରସାଦ ଦେବା ସହ ଓକିଲଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ନିଜ ମତ ପୋଷଣ କରିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବ ବରିଷ୍ଠ ଆଇନଜୀବୀ କେଦାରନାଥ ପଟ୍ଟନାୟକ,ଦେବୁ ମହାପାତ୍ର, ଗୌରୀ ଶଙ୍କର ରାଉଳ,ପଦ୍ୟୁଷ କୁମାର ବାହିନୀପତି, ବାସୁଦେବ ଜେନା, ସରକାରୀ ଆଇନଜୀବୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ଼, ରମା ରଞ୍ଜନ ଦାସ, ପ୍ରଭାତ କୁମାର ଦାସ, ପ୍ରଭାତ କୁମାର ପଟ୍ଟନାୟକ, ସିମାଞ୍ଚଳ ମିଶ୍ର, ରବୀନ୍ଦ୍ର ସାହୁ, ଅଶୋକ କୁମାର ମହାଙ୍କୁଡ, ଅକ୍ଷୟ ବେହେରା, ପାଣ ବେହେରା, ସେହିପରି ଓକିଲ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ଉପ ସଭାପତି ଦୁର୍ଗା ଚରଣ ଦାସ, ସହ ସମ୍ପାଦକ ନିରଞ୍ଜନ ବେହେରା,ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *