ଖଜୁରୀପଡ଼ାରେ ଧାନମଣ୍ଡି ଶୁଭାରମ୍ଭ

ଉଦଘାଟନ କଲେ ବିଧାୟକ*ଫୁଲବାଣୀ:ନିପ୍ର:-୦୯/୦୧ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଲ୍ୟାମ୍ପସେସ୍ ଜରିଆରେ ପରିଚାଳିତ ହେଉଥିବା ଚାଷୀ ମାନଙ୍କ ଧାନମଣ୍ଡି କୁ ଶୁଭାରମ୍ଭ ହୋଇଥିବା ବେଳେ ଏହାକୁ ଫୁଲବାଣୀ ବିଧାୟକ ଉମାଚାରଣ ମଲିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଚାଷୀ ମାନଙ୍କ ପାଇଁ ସରକାରଙ୍କ ଏହି ଜନ ହିତକର ଯୋଜନା ମହୋତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର,ନଂ ୪ ଜୁନର ଜିଲ୍ଲା ପରିଷଦସଭ୍ୟା ଶ୍ରୀମତୀ ଉର୍ବାସି ଦିଗାଲ୍,ଜିଲ୍ଲା ସହକାରୀ ନିବନ୍ଧକ ଲଳିତ ମାଝୀ,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା,ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ,ବିଜେପିର ନବ ନିର୍ବାଚିତ ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର,ଧାନମଣ୍ଡି କମିଟିର ସଭାପତି ସୁଶିଲ ଜାନୀ, ଲ୍ୟାମ୍ପ.ସି.ଏସ ଡାଇରେକ୍ଟର ଗୋପାଳ ବେହେରା,ଖଜୁରୀପଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଜାନୀ,ଦଳପଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସ୍ୱର୍ଣାଲତା କହଁର ଓ ପୁର୍ବତନ ମଣ୍ଡଳ ସଭାପତି ଦଶରଥ ସାହୁ,ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କୋପର୍ଟୀବ୍ୟାଙ୍କ୍ ଶାଖା ସ୍ଥାନୀୟ ଲ୍ୟାମ୍ପ.ସି.ଏସ୍ ପରିଚାଳକ ସତ୍ୟନାରାୟଣ ସାହୁ,ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ। ଚଳିତ ବର୍ଷ ଖରିବ୍ ରେ ୧୫୪ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଥିଲେ । ହେଲେ ୧୭ ଶହ କୁଇଣ୍ଟାଲ ଧାନ କ୍ରୟ କରାଯିବା ଲକ୍ଷ୍ୟ ରଖାଯାଇଥିବା ଶାଖା ଲ୍ୟାମ୍ପ୍.ସି.ଏସ୍ ପରିଚାଳକ ଶ୍ରୀ ସାହୁ ସୂଚନା ପ୍ରଦାନ କରିଥଲେ। ପ୍ରଥମ ଦିନରେ ୪୩ ଜଣ ଚାଷୀ ଙ୍କୁ ଟୋକନ ପ୍ରଦାନ କରାଯାଇଥିଲା।ଚାଷୀ ମାନେ ଧାନ ବିକ୍ରୟରେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ସହିତ ସରକାରଙ୍କ ନିତି ନୀୟମ ପ୍ରକାରେ ଧାନ କ୍ରୟ କରିବାକୁ ସମସ୍ତ ଅତିଥି ଓ ଚାଷୀଙ୍କ ଲ୍ୟାମ୍ପ୍ ଶାଖା ପରିଚାଳକ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବପ୍ରକାଶ କରିଥଲେ । ସେହିଭଳି ସମସ୍ତ ଚାଷୀ ଉଚିତ୍ ପ୍ରକାର ଧାନ ମଣ୍ଡିରେ ବିକ୍ରୟକରି ସରକାରଙ୍କ ଧାନ କିଲୋ ପିଛା ଧାର୍ଯ୍ୟ ମୂଲ୍ୟକୁ ନେବେ। ଏଥିରେ କୌଣସି ଖିଲାପ ହେଲେ କିମ୍ବା ସମସ୍ୟା ଦେଖାଦେଲେ ସିଧାସଳଖ ମୋ ପାଖକୁ ଫୋନ ମାଧ୍ୟମରେ ଜଣାଇବେ ବୋଲି ଉପସ୍ଥିତ ଚାଷୀମାନଙ୍କୁ ନିର୍ଦ୍ଧେଶ ଦେଇ। ଅନ୍ୟ ପକ୍ଷରେ ଆଳୁ ସଙ୍କଟ ନ ରହିବା ପାଇଁ ଆଳୁ ଚାଷ ପ୍ରତି ମଧ୍ୟ ଅଧିକ ମାତ୍ରାରେ ଗୁରୁତ୍ଵ ଦେଇ ଚାଷ କରିବାକୁ ଚାଷୀ ମାନଙ୍କୁ ବିଧାୟକ ଶ୍ରୀ ମଲିକ ଅନୁରୋଧ କରିଥିଲେ ଓ ଏଥି ପାଇଁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ସାହାଯ୍ୟ ମଧ୍ୟ ଚାଷୀ କରିବାକୁ ନିଷ୍ପତି ନେଇଛନ୍ତି ବୋଲି ବୁଝାଇଥିଲେ। ଧାନ ମଣ୍ଡିର ପରିଚାଳନା କ୍ଷେତ୍ରରେ ସମସ୍ତ ଚାଷୀଙ୍କ ସହଯୋଗ ରହିଲେ ସରକାରଙ୍କ ଏହି ମହୋତ୍ୱପୂର୍ଣ୍ଣ ଯୋଜନା ସମସ୍ତ ଚାଷୀଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ଅଧିକ ସହାୟକ ହୋଇ ପାରିବ ବୋଲି ଉଦବୋଧନରେ ବିଧାୟକ ପ୍ରତିନିଧି ଶ୍ରୀ ଦିଗାଲ ଅନୁରୋଧ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ସଭାସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *