୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟା

୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ କମିଟି ପକ୍ଷରୁ ମେଳା ମଞ୍ଚରେ କମିଟିର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ “ଅନୁଭୂତିରେ ଶ୍ରୀଜଗନ୍ନାଥ” ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ବରିଷ୍ଠ ସେବାୟତ ଗିରୀଶ ଚନ୍ଦ୍ର ନାୟକ, ବରିଷ୍ଠ ସେବାୟତ ଭଗବାନ ସୁଆର, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ଶିଳ୍ପପତି ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ବିଷୟବସ୍ତୁ ସଂପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ ସ୍ୱାଗତ କରିଥିଲେ। ଶେଷରେ ସଂପାଦକ ଚକ୍ରଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *