ପୁରୀରେ ବାଲି ସାହିର ସୁବିଧା ନିମନ୍ତେ ଆଲୋଚନା ଚକ୍ର
ଆଜି ବାଲିସାହି ରାଧାକାନ୍ତ ମଠରେ ପୋଲିସ ଏବଂ ସାହିଭାଇ ଭିତରେ ସ୍ଵର୍ଗଦ୍ଵାର ଠାରୁ ମନ୍ଦିର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା କିପରି ସମାଧାନ ହେବ ସେ ନେଇ ଆଲୋଚନା ହୋଇଥିଲା । ବାଲିସାହି ବାସିନ୍ଦା କିପରି ସୁବିଧାରେ ମେଡିକାଲ ଏବଂ ଅନ୍ୟ ଜାଗାକୁ ସୁରୁଖୁରୁରେ ଯାଇପାରିବେ ଏବଂ ସାହିରେ କିପରି ଅଟୋ ସମ୍ପୂର୍ଣ୍ଣ ଚଳାଚଳ ବନ୍ଦ କରିଯିବ ଏବଂ ରାସ୍ତା ଉପରେ ମାଡିବସିଥିବା ଦୋକାନ ଉଠାଯିବ ଏବଂ ବାଟରେ ଏକ ଟଏରେଟ ବ୍ୟବସ୍ଥା, ବୟସ୍କ ଜାତୀୟ ପାଇଁ ଇ ଅଟୋ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା ।ଏଥିରେ ପୁରୀ ଏସପି, ସିଟି ଡିଏସ୍ପ, ଟ୍ରାଫିକ ଡିଏସପି ,ଟାଉନ ଥାନା ଅଧିକାରୀ ଏବଂ ମନ୍ଦିର ଇନଚାର୍ଜ, ସାହିର ମୁରବୀ, ସାହିର କିଛି ଯୁବକ, ଏହି ସାହିର ସାମ୍ବଦିକ ଚିତ ମହାନ୍ତି,ସାହିର କିଛି ଓକିଲ,୧୦ ନମ୍ବର ଓଡର କାଉନସେଲଙ୍କ ଉପସ୍ଥିତିରେ ଆଲୋଚନା ହେବା ସହିତ ଏକ ଓକାସପ ଗ୍ରୁପ୍ କରାଯାଇଛି।
