ଗାଙ୍ଗିଯୋଡି ଗାଁରେ ପାଗଳା ଶିଆଳ ଆକ୍ରମଣରେ ୫ ରୁ ୬ ଜଣ ଗୁରୁତର

ଢେଙ୍କାନାଳ ବନଖଣ୍ଡ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗାଙ୍ଗିଯୋଡି ଗାଁରେ ମାତିଛି ପାଗଳ ଶିଆଳ। ଶିଆଳ ଆକ୍ରମଣରେ ୫ ରୁ ୬ ଜଣ ଗୁରୁତର ହୋଇଥିବା ବେଳେ ଏବେ ଆତଙ୍କିତ ଅଛନ୍ନ୍ତି ଗ୍ରାମବାସୀ। ଗାଁରେ ଘରେ ଘରେ ଠେଙ୍ଗା ବାଡ଼ି ଧରି ଶିଆଳକୁ ଜଗି ବସିଛନ୍ତି ଗ୍ରାମବାସୀ। ଗାଁର କେଦାର ନାୟକ, ସସ୍ମିତା ନାୟକ, ଦିଲ୍ଲୀପ ନାୟକ ଓ ଲିଟୁ ବାରିକ ଶିଆଳ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେହିପରି ମଧୁ ବାରିକଙ୍କ ବାଛୁରୀ ଛୁଆଟି ଶିଆଳ ଆକ୍ରମଣର ଶିକାର ହୋଇଛି। ଏ ନେଇ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ ସୁଦ୍ଧା ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ।

Leave a Reply

Your email address will not be published. Required fields are marked *