ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବ୍ୟାପି ଅବକାରୀ ଚଢ଼ାଉ
ବ୍ରହ୍ମପୁର :-୧୨/୦୧() ଗଞ୍ଜାମ ଜିଲ୍ଲା ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ବେଆଇନ ଚୋରା ମଦଭାଟି ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନ ଓ ଚିକିଟୀ ଉପ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ବିଶ୍ବାମିତ୍ର ହରପାଲ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ ଦିଲ୍ଲୀପ କୁମାର ଦେହୁରୀ ଓ ଜରଡା ଥାନା ଅଧିକାରୀ ଶ୍ରୀ ଟୁନା ସାସମଲଙ୍କ ଉପସ୍ଥିତି ରେ ଜରଡା ଥାନା

ଅନ୍ତର୍ଗତମଶାଣିବାଡ,ତାଡକାସାହି,ହରିପୁର, ଠଣଗାଁ,ଆଦି ଗ୍ରାମ ର ପାହାଡିଆ ଜଙ୍ଗଲ ଅଞ୍ଚଳ ଓ ନାଳ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ଶହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୭୦୦୦ ଲିଟର ଗୁଡ଼ ପିଡ଼ିଆ ପଚ ଓ ୧୪୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ,ଡ୍ରମ,ଡେକ୍ସି ଇତ୍ୟାଦି ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଗଲା, ଯାହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ୍ୟ ଟଙ୍କା ହେବବୋଲି ଚିକିଟୀ ଅବକାରୀ ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି l ଏହି ଚଢ଼ାଉ ରେ ଚିକିଟୀ ଅବକାରୀଥାନା ଉପନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ଭୁକ୍ତା, ଗୋଳନ୍ଥରା ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ବିଶ୍ବମ୍ବର ବିଶ୍ବାଳ, ବ୍ରହ୍ମପୁର ଅବକାରୀ ଥାନା-୨ ଉପ-ନିରୀକ୍ଷିକା ସୁଶ୍ରୀ ସଙ୍ଗୀତା ମହାପାତ୍ର,ଗୋପାଳପୁର ଅବକାରୀ ଥାନା ଉପ-ନିରୀକ୍ଷିକା ସସ୍ମିତା ମଲ୍ଲିକ ଙ୍କ ସହ,ଅବକାରୀ କର୍ମଚାରି ଓ ପୋଲିସ୍ କର୍ମଚାରି ମାନେ ସାମିଲ ଥିଲେ ।
