କୋରମ ଅଭାବରୁ କାମାକ୍ଷାନଗର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ରଦ୍ଦ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ରଦ୍ଦ ହୋଇଛି। ତେବେ କୋରମ ଅଭାବରୁ ଅନାସ୍ଥା ଭୋଟିଙ୍ଗ ହୋଇପାରିନାହିଁ। ଗତ ନଭେମ୍ବର ମାସ ୬ ତାରିଖ ଦିନ କାମାକ୍ଷାନଗର ବ୍ଲକର ମୋଟ ୨୨ ଗୋଟି ପଞ୍ଚାୟତରୁ ୨୧ ଜଣ ସଦସ୍ୟ ସଦସ୍ୟା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କ ନିକଟରେ ଆଗତ କରିଥିଲେ। ଯାହାକୁ ନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ପ୍ରିୟବ୍ରତ ଦାସ ଅନାସ୍ଥା ଅଧିବେଶନକୁ ପରିଚାଳନା କରିଥିଲେ। ତେବେ ସରକାରଙ୍କ ନିର୍ଦ୍ଧାରିତ କୋରମ ଅଭାବରୁ ଅନାସ୍ଥା ଭୋଟିଙ୍ଗ ହୋଇ ପାରିନଥିଲା। ମାତ୍ର ୮ ଜଣ ସଦସ୍ୟ ସଦସ୍ୟା ଏହି ଅନାସ୍ଥା ଅଧିବେଶନରେ ଉପସ୍ଥିତ ଥିଲେ। ସେପଟେ ବ୍ଲକ ଅଧ୍ୟକ୍ଷଙ୍କ ଭାବ ମୂର୍ତ୍ତିକୁ ନେଇ ତାଙ୍କ ଉପରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ମାନେ ଆସ୍ଥା ପ୍ରକଟ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଯାହା ଆଗାମୀ ଦିନରେ କାମାକ୍ଷାନଗର ବ୍ଲକର ସମସ୍ତ ଜନହିତକର କାର୍ଯ୍ୟ ଏବଂ ସରକାରଙ୍କ ଯୋଜନାକୁ ସଠିକ ରୂପାୟନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *