ଓଡିଶା ଗବେଷଣା ଚକ୍ରର ବାର୍ଷିକ ଅଧିବେଶନ ଏବଂ ଆନ୍ତର୍ଜାତିକ ଆଲୋଚନା ଚକ୍ର

ଓଡିଶା ରେ ଜଳବାୟୁ ପରିବର୍ତ୍ତନ: ପ୍ରଭାବ, ପ୍ରତିକ୍ରିୟା ଏବଂ ଭବିଷ୍ୟତ”, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତୋକୋତ୍ତର ରାଜନୀତି ବିଜ୍ଞାନ ଏବଂ ଲୋକ ପ୍ରଶାସନ ବିଭାଗର ମିଳିତ ସହଯୋଗରେ ଓଡିଶା ଗବେଷଣା ଚକ୍ର ର ବାର୍ଷିକ ଅଧିବେଶନ ଅୟୋଜିତ ହୋଇଅଛି। ପ୍ରାରମ୍ଭିକ ଅଧିବେଶନରେ ଗବେଷଣା ଚକ୍ରର ଅଧକ୍ଷ ପ୍ରାଧ୍ୟାପକ ପ୍ରେମାନନ୍ଦ ପଣ୍ଡା ଅଧ୍ୟକ୍ଷତା ଓ ରାଜନୀତି ବିଜ୍ଞାନ ବିଭାଗର ସଂଯୋଜକ ଡ଼ ଶାରଦା ପ୍ରସନ୍ନ ରାଉତ ସଂଯୋଜନା କରିଥିଲେ। ସ୍ନାତୋକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ସୁକାନ୍ତ କୁମାର ତ୍ରିପାଠୀ ତୃଣମୂଳ ସ୍ତରରେ ପରିବର୍ତ୍ତନ ନିମନ୍ତେ ଆହ୍ଵାନ ଦେଇଥିଲେ। ଡି. ଆର୍. ଆଇ.ର ଅଧକ୍ଷା ପ୍ରାଧ୍ୟାପିକା ସ୍ଵର୍ଣ୍ଣମୟୀ ତ୍ରିପାଠୀ ଗବେଷଣା ଚକ୍ର ର ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ତତ୍ତ୍ଵ ଓ ବାସ୍ତବତା ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଜଳବାୟୁ ପରିବର୍ତ୍ତନକୁ ବିବିଧ ଦୃଷ୍ଟିକୋଣରୁ ମୂଲ୍ୟାଙ୍କନ କରିବା ସହ ଜଳବାୟୁ ପରିବର୍ତ୍ତନ କିଭଳି ଆର୍ଥିକ ଓ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରୁଛି ତାହା ଉପରେ ନିଜର ଅଭିଭାଷଣ ରଖିଥିଲେ। ପରିଶେଷରେ, ଲୋକ ପ୍ରଶାସନ ବିଭାଗର ସଂଯୋଜକ ଶ୍ରୀ ସଞ୍ଜୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ର ରେ “ଜଳବାୟୁ ପରିବର୍ତ୍ତନ ଓ ଜନ ଆନ୍ଦୋଳନ ପ୍ରସଙ୍ଗରେ ବିଷଦ ଆଲୋଚନା ହୋଇଥିଲା। ଏହି ଆଲୋଚନା ରେ ପ୍ରାଧ୍ୟାପକ ବିଜୟ କୁମାର ବହିଦାର (ପୂର୍ବତନ ଅଧ୍ଯକ୍ଷ, ଗବେଷଣା ଚକ୍ର) ଅଧ୍ୟକ୍ଷତା କରିଥିଲେ। ଏହି ଆଲୋଚନା ଚକ୍ରରେ ବକ୍ତା ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ତ୍ରିଲୋକୀନାଥ ପାଣ୍ଡେ, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ବିଜୟ ଉପାଧ୍ୟାୟ, ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ, ଆମ୍ବେଦକର ଲୋହିଆ ବିଚାରମଞ୍ଚ ର ଅଧ୍ୟକ୍ଷ ସଂଗ୍ରାମ ମଲ୍ଲିକ ପ୍ରମୁଖ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ପ୍ରତିକ୍ରିୟା ଏବଂ ଭବିଷ୍ୟତ ପନ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଅପରାହ୍ନ ଅଧିବେଶନ ରେ ୫ ଟି ସମାନ୍ତରାଳ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଧ୍ୟାପକ, ଗବେଷକ, ସମାଜିକ କର୍ମୀ ତଥା ଛାତ୍ରଛାତ୍ରୀ ମାନେ ଜଳବାୟୁ ପରିବର୍ତ୍ତନ ର ବିଭିନ୍ନ ପ୍ରସଙ୍ଗ ଉପରେ ନିବନ୍ଧ ଉପସ୍ଥାପନ କରିଥିଲେ। ଶେଷରେ ପ୍ରାଧ୍ୟାପିକା ଆଶା ହଂସ ଗବେଷଣା ଚକ୍ରର ବାର୍ଷିକ ସାଧାରଣ ବକ୍ତୃତା ପ୍ରଦାନ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ ଜଳବାୟୁଜନିତ ବିପଦ ଏବଂ ଏହାର ଅସମାନୁପାତିକ ପ୍ରଭାବ ଉପରେ ଆଲୋଚନା କରିଥଲେ।

Leave a Reply

Your email address will not be published. Required fields are marked *