ଉମରକୋଟ, ନିତିଦିନିଆ ବଜାର ର ସୁନା ଦୋକାନରୁ ଚୋରି।
ନିତିଦିନିଆ ବଜାର, ଉମରକୋଟ ,ପୂଜା ଜୁଏଲର୍ସ ସୁନା ଦୋକାନରୁ ଦିନ ଦ୍ୱି ପ୍ରହରେ ଚୋରି।ଏଭଳି ଅଭାବନୀୟ ଘଟଣା ଘଟିଛି ଉମରକୋଟ ରେ। ବଜାରରେ ଏତେ ଗହଳି ଥିବା ସତ୍ତ୍ବେ ଦିନ ୧୨ ଟା ସମୟରେ ସୁନା ଦୋକାନରୁ କେହି ଜଣେ ଦୁର୍ବୁତ୍ତ ଦୋକାନରୁ ସୁନା କିଣିବା ବାହାନାରେ ଆସି ଗୋଟିଏ ପ୍ୟାକେଟ ମୁଦି ପାଖାପାଖି ଦେଢଲକ୍ଷ ଟଙ୍କାର ଜିନିଷ ନେଇ ପଳାଇ ଯାଇଛି । ଏ ବିଷୟରେ ଦୋକାନ ମାଲିକ ଶମ୍ଭୁ କର୍ମକାର ପୋଲିସ କୁ ଲିଖିତ ଭାବେ ତଥା CcTV ଫୁଟେଜ ମଧ୍ୟ ଦେଇ ଜଣାଇ ଛନ୍ତି ।ପୋଲିସ ଘଟଣାସ୍ଥଳକୁ ଆସି ପଚରାଉଚରା କରି ଚାଲିଯାଇଛନ୍ତି । ଏପର୍ଯ୍ୟନ୍ତ ଚୋରି ସାମଗ୍ରୀ କିମ୍ବା ଚୋର ର କୈାଣସି ପତ୍ତା ମିଳିନାହିଁ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଉମରକୋଟ, ରାଇଘର ଅଞ୍ଚଳରେ ଏହିପରି ଚୋରି ଡକାୟତି ଏକ ସାଧାରଣ ଘଟଣା ହୋଇଗଲାଣି। ଏ ସମସ୍ୟା ଗୁଡ଼ିକ ପୋଲିସ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।
