ଜଡ଼ାପାଳ ରାସ୍ତାର ଭିତ୍ତିପ୍ରସ୍ତର
କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ବଡ ଝରା ଠାରୁ କାମାକ୍ଷାନଗର – ଢେଙ୍କାନାଳ ରାସ୍ତାର ଜଡ଼ାପାଳ ପର୍ଯ୍ୟନ୍ତ ରହିଥିବା ରାସ୍ତାର ଉର୍ନତି କରଣ ସକାଶେ ସୋମବାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ମୁଖ୍ୟତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଭିତ୍ତି ପ୍ରସ୍ତର ସ୍ଥାପନ କରି ଏହି ରାସ୍ତା ଯେପରି ଉର୍ନତ ମାନର ହୋଇ ପାରିବ ସେଥିପ୍ରତି ବିଭାଗୀୟ ଯନ୍ତ୍ରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟାଖ୍ୟା ଜସସ୍ୱିନୀ ରାଉତ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ କରାଯାଉଅଥିବା ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ l ଢେଙ୍କାନାଳ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ମଲ୍ଲିକ ରାସ୍ତା ରେ ୩୨ କୋଟି ଟଙ୍କା ବ୍ୟୟ ଅଟକଳର ବ୍ୟବସ୍ଥା ରହିଥିବା ବେଳେ ୧୮ ମାସ ମଧ୍ୟରେ ରେ ଏହା ସଂପର୍ଣ୍ଣ ହେବ ବୋଲି ସୂଚନା ପ୍ରଦାନ କରିଥିଲେ l ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଦଳେଇ, କୁନାରାମ ମହନ୍ତ ପରିଚାଳନା କରିଥିଲେ l ରମେଶ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ବସନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ l
