ଯେଉଁଠି ଜିଲ୍ଲା ପ୍ରଶାସନ ହାରମାନିଲା, ସେଠାରେ ଗ୍ରାମବାସୀ ନିଜ ଜମିକୁ ହାତେଇଲେ
ପୁରୀ ଜିଲ୍ଲା ଗୋପ ତହସିଲ୍ ଅଧିନସ୍ଥ ସୂତନ ପଞ୍ଚାୟତ ସୂତନ ଗ୍ରାମର ପୋଲାଙ୍ଗ ବଡତୋଟା ୪ଏକର ୨୦ ଡିସିମିଲି ଜାଗା ପାଇଁ ବାରମ୍ବାର ତହସିଲଦାର ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପରେ ଗ୍ରାମବାସୀଙ୍କୁ ନ୍ୟାୟ ମିଳିନଥିବାକୁ ନେଇ ଚିନ୍ତାରେ ଥିଲେ ସୂତନ ଗ୍ରାମବାସୀ ଆଜି ୩ଶହ ଲୋକ ଏକତ୍ର ହୋଇ ନିଜ ଜମିକୁ ହାତେଇବା ସହ ପୋଲିସ ସହ ମୁହାଁମୁହିଁ ଏବେ ଗାଁରେ ଉତେଜନା ଲାଗିଥିବା ବେଳେ ପୋଲିସ ଗାଡିକୁ ଘେରିଲେ ଗ୍ରାମବାସୀ।

ସୂଚନା ଥାଉକି ଗୋପ ବ୍ଳକ ସୂତନ ଗ୍ରାମର ୩ଶହ ରୁ ଉର୍ଦ୍ଧ୍ବ ପରିବାର,ବାପ ଅଜା ଅମଳରୁ ପୋଲାଙ୍ଗ ବଡତୋଟା ୪ଏକର ୨୦ ଡିସିମିଲି ଜାଗାକୁ ଗ୍ରାମଗତ ନାମରେ ରଖିଥିବା ବେଳେ କିଛି ତିନିଜଣ ମୁଷ୍ଟିମେୟ ଲୋକଙ୍କ ଦ୍ବାରା କିଛି ଜାଗା ଜବରଦଖଲ କରିଥିବା କୁ ନେଇ ବାରମ୍ବାର ତହସିଲଦାର ଓ ଜିଲ୍ଲା ପ୍ରଶାସନ ପାଖକୁ ଦୈଡିଦୈଡି ନିରାଶ ହେବା ପରେ ଆଜି ୩ଶହ ସୂତନ ଲୋକ ଏକତ୍ର ହୋଇ ୪ଏକର ୨୦ ଡିସିମିଲି ଜାଗାକୁ ନିଜ ହାତକୁ ଆଣିଛନ୍ତି। ଜବରଦଖଲକାରିଙ୍କ ବାଡ, ଖୁଣ୍ଟ ଓପାଡି ନିଜ ହାତକୁ ନେଇଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଭାଗା ପୋଲିସ୍ ଘଟଣା ସ୍ଥଳରେ ପହଁଚି ଉତ୍ତେଜିତ ଲୋକଙ୍କୁ ବୁଝାଇବା ଚେଷ୍ଟା କରିଥିଲେ। ଗାଁରେ ଉତେଜନା ଲାଗି ରହିଥିବା ବେଳେ ଘଟଣା ସ୍ଥାନରେ କୈଣସି ସ୍ଥାନୀୟ ବା ଜିଲ୍ଲା ପ୍ରଶାସନ ପହଞ୍ଚି ନଥିବା ଦେଖା ଦେଇଛି।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
