ନାରୀ ସମାଜର ରତ୍ନ ନୀଳାଚଳ ନାରାୟଣ ଉଚ୍ଚମlଧ୍ୟମିକ ସଂସ୍କୃତ ମହାବିଦ୍ୟାଳୟ ରେ ବାଳିକା ପ୍ରଶିକ୍ଷଣ ଶିବିର ଉଦଯାପିତ

ନାରୀ ସମାଜର ରତ୍ନ ନୀଳାଚଳ ନାରାୟଣ ଉଚ୍ଚମlଧ୍ୟମିକ ସଂସ୍କୃତ ମହାବିଦ୍ୟାଳୟ ରେ ବାଳିକା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛିଳ ଅଧ୍ୟକ୍ଷ ଡ.ମୀରlରlଣୀ ଖଣ୍ଡୁଆଳ ସଭାପତିତ୍ୱ କରିଥିଲେ lଏହି ଶିବିରରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଲେ, ବାଳିକାମାନେ ଯୋଗ, ବ୍ୟlୟlମ, ଜୁଡୋ କରlଟି ଓ ଜାଗା ଆଖଡ଼ାରେ ଶିଖାଯାଉଥିବା ବିଭିନ୍ନ ଶାରୀରିକ ପ୍ରଶିକ୍ଷଣ ମଧ୍ୟlମରେ ସଶକ୍ତ ହୋଇପାରିବେ l ମୁଖ୍ୟ ବକ୍ତା ରୂପେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ରେଜିଷ୍ଟ୍ରର ପ୍ରଫେସର ପ୍ୟାରୀ ମୋହନ ପଟନାୟକ , ସମ୍ମାନିତ ଅତିଥିରିରୂପେ ବିଜୟ ଲଷ୍ମୀଦାଶ ମିଶ୍ର, ସମାଜ ସେବୀ ପ୍ରତିଭା ଦେବୀ, ନୋଡାଲ ଅଫିସର ବିଶ୍ୱଜିତ ପ୍ରଧାନ ଯୋଗଦେଇ ବାଳିକା ମାନେ ଆତ୍ମରକ୍ଷା ନିମିତ ମାନସିକ, ଶାରୀରିକ, ସମାଜର ଚାଲି ଚଳଣିରେ , ଏପରିକି ପୁରୁଷ ପ୍ରାଧାନ୍ୟ ସମାଜରେ କୌଶଳ ଶିକ୍ଷlକରି କାପୁରୁଷ ମାନଙ୍କୁ ପ୍ରତିହତ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ ସଂଯୋଜୋକ ଅଧ୍ୟାପକ ଡ଼. ବଳରାମ ଦାଶ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ କନ୍ୟା ମାନଙ୍କୁ ରତ୍ନ ଓ ଦେଶର ବିକାଶର ଉତ୍ସଓ ସଶକ୍ତ ବୋଲି ପ୍ରତିପାଦନ କରିଥିଲେ l ଏହି ଶିବିର ଦୀର୍ଘ ଆଠ ଦିନ ଧରି ଚାଲିଥି ଲା l ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରତିଭା ଦେବେନ୍ଦ୍ର ଦାଶ ଙ୍କୁ କାରୁକଳା ଶିଳ୍ପୀ ସେବା ସମ୍ମାନ, ରାଜକିଶୋର ମହାପାତ୍ର ଙ୍କୁ ସେବା ସମ୍ମାନ, ନବକୁମାର ପଣ୍ଡାଙ୍କୁ ଶିକ୍ଷl ସମ୍ମାନ ରମlବଲ୍ଲଭ ମହାପାତ୍ର ଯୋଗ ଗୁରୁ ସମ୍ମାନ, ଡ଼. ସସ୍ମିତା ବନ୍ଦର ନାୟକଙ୍କୁ ସାରସ୍ୱତ ସମ୍ମାନ, ରମାକାନ୍ତ କର ନବ କିଶୋର ପଣ୍ଡା, ଶିକ୍ଷୟତ୍ରୀ ପୁଷ୍ପିତା ପଟ୍ଟନାୟକ, ଡ.ଶଶୀକାନ୍ତ ରଥ, ଶିକ୍ଷୟତ୍ରୀ ମହା ପାତ୍ର ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ଡ. ବଳରାମ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *