ବ୍ୟାସନଗର ପୌର ପରିଷଦ ସ୍ଥିତ ବ୍ୟାସନଗର ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବ୍ୟାସନଗର ପୌର ପରିଷଦ ସ୍ଥିତ ବ୍ୟାସନଗର ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l ଆଜି ଠାରୁ ଆରମ୍ଭ ହେଇଛି ବ୍ୟାସନଗର ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା l

ଆଜି ସ୍କୁଲର ପ୍ରିନ୍ସିପାଲ ଦେବସ୍ମିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ କ୍ରୀଡା ଉତ୍ସବରେ ସ୍ଥାନୀୟ କାଉନସିଲର ଶିବାନନ୍ଦ ନାୟକ, ଡୋଲୀପୁର ପୋଷ୍ଟ ମାଷ୍ଟର ଦେବରଞ୍ଜନ ଦେଓ, ଯାଜପୁର ରୋଡ ଅଗ୍ନିଶମ ବିଭାଗ ଅଧିକାରୀ ତାପସ ମନ୍ତ୍ରୀ ଓ ସ୍କୁଲର ସଭାପତି ଭରତ ଭୂଷଣ ଦେଓ ଅତିଥିଭାବେ ଯୋଗଦେଇ ଏହି ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ l ବିଶେଷ ଭାବରେ ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ କ୍ରୀଡାର ଆବଶ୍ୟକ ଉପରେ ଆଲୋଚନା କରିଥିଲେ l ତେବେ ଏହି କ୍ରୀଡା ଉତ୍ସବରେ ରନିଙ୍ଗ୍, ଜାଭଲିଂ, ଲଙ୍ଗଜମ୍ପ, ଶଟ୍ ଫୁଟ୍ ଓ ଦୌଡ଼ଡିଆଁ ପ୍ରତିଯୋଗିତା ଆଦି ହେବ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
