ତହସିଲ ଅଫିସ ଗେଟରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ତହସିଲ ଅଫିସ ଗେଟରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଜମି ଚିହ୍ନଟରେ ରାଜସ୍ବ ନିରୀକ୍ଷକଙ୍କ ଅସହଯୋଗ ଅଭିଯୋଗ ଆତ୍ମୟତ୍ୟା ଉଦ୍ୟମ।କାମାକ୍ଷାନଗର୨୧.୦୧.୨୦୨୫-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅଫିସ ଗେଟରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା। ତେବେ କାନପୁରା ଗାଁରେ ଜମି ଚିହ୍ନଟକୁ ନେଇ ରାଜସ୍ବ ନିରୀକ୍ଷକ ଅସହଯୋଗ କରୁଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ଗାଁର ପ୍ରଭାତ ରାଉତ। ପ୍ରଭାତଙ୍କ ପରିବାର ଜମି ଚିହ୍ନଟକୁ ନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କାମାକ୍ଷାନଗର ତହସିଲଦାରଙ୍କ ହସ୍ତକ୍ଷେପ ପରେ ପତ୍ର ସଂଖ୍ୟା ୩୫୧/୨୪ ଅନୁଯାୟୀ ଆଜି ସକାଳ ୧୦ଟା ୩୦ ମିନିଟରେ ସମ୍ପୃକ୍ତ ଜମି ଚିହ୍ନଟ ହେବ ବୋଲି ନୋଟିସ ହୋଇଥିଲା। ମାତ୍ର ଏଥିରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅସହଯୋଗ କରିବା ସହ ପ୍ରଭାତଙ୍କ ପରିବାର ଲୋକଙ୍କୁ ଜମି ଚିହ୍ନଟ କରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଯାହାକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ପ୍ରଭାତଙ୍କ ପରିବାର। ଏ ନେଇ ମାନସିକ ଚାପରେ ଥିବା ପ୍ରଭାତ ଆତ୍ମହତ୍ୟା ଭଳି ଉପାୟ ଚିନ୍ତା କରିଥିବା କହିଛନ୍ତି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ତହସିଲ କର୍ତ୍ତୃପକ୍ଷ କିମ୍ବା ରାଜସ୍ବ ନିରୀକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
