ଜଙ୍ଗଲରୁ ବୃଦ୍ଧଙ୍କୁ ମୃତ ଦେହ ଉଦ୍ଧାର

ଗଞ୍ଜାମ ବଡ଼ଗଡ଼ ଥାନା ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟା। ଆଜି ଓରା ଗାଁ ନିକଟ ମଇଁଷିଆଟାପ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ହେଉଛନ୍ତି ଲେମ୍ଭାକୁମ୍ପା ଗ୍ରାମର କାର୍ତ୍ତିକା ସ୍ୱାଇଁ।ଆଜି ସକାଳୁ ଜାଳେଣି କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ଜଙ୍ଗଲ ନିକଟରେ ମୃତ ଦେହକୁ ଠାବ କରିଥିଲେ। ଶରୀର ର ଅନେକ ସ୍ଥାନରେ କ୍ଷତ ଚି଼ହ୍ନ ଥିବା ଦେଖି କେହି ହତ୍ୟା କରି ଥିବା ସନ୍ଦେହ କରି ବଡ଼ଗଡ଼ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।ତିନିଦିନ ପୂର୍ବରୁ ଜମି ପାଇଁ ପାଖ ଗାଁ ଲୋକଙ୍କ ସହ କାର୍ତ୍ତିକା ଙ୍କ ଝଗଡା ହୋଇଥିଲା।ଜମି ପାଇଁ ଜେଜେଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ନାତି।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *