ପାତ୍ରପୁର ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ମଧ୍ୟାହ୍ନ ବାର ଘଣ୍ଟା ସମୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ଵ ଥିବା ତହସିଲଦାର ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉପସ୍ଥିତ ହୋଇ ଶିବିରରେ ଜଗନ୍ନାଥଙ୍କ ପାଖରେ ପ୍ରଦ୍ଵିପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପାତ୍ରପୁର ବ୍ଲକ ଅଧ୍ୟକ୍ଷା ୱାଇ ସଞ୍ଜୁକ୍ତା ରେଡି, ସିଡିପିଓ ନମିତା ପଣ୍ଡା, ବ୍ଲକ କୃଷି ଅଧିକାରୀ ଶ୍ରଧା ଶିଂଙ୍କ ମଞ୍ଚାସୀନ ଥିଲେ। ବିଏସ୍ଏସ୍ଓ ସ୍ନେହାଶିସ୍ ପଟନାୟକ ମଞ୍ଚ ପରିଚାଳନା କରିଥିଲେ। ଶିବିରରେ ପ୍ରାୟ 2ହଜାର ଦିବ୍ୟାଙ୍ଗ ସେମାନଙ୍କ ବିଭିନ୍ନ ସରକାରୀ ସୁବିଧା ଆସି ପଞ୍ଜିକରଣ କରିଥିଲେ। କିଛି ଘଣ୍ଟା ବିଳମ୍ବରେ ଡାକ୍ତରୀ ଟିମ ପହଂଚିବାରୁ ଶିବିରରେ ପ୍ରବଳ ଭିଡ ବଢିଯାଇଥିଲା । ସମସ୍ତ ଦିବ୍ୟାଙ୍ଗ ତାଙ୍କ ସହ ଆସିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଥିଲା ।ଏନ୍ସିସି ଓ ଭରତପତି ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଶିବିରରେ ବିଶେଷ ସହଯୋଗ କରିଥିଲେ । ଏଥି ସହିତ ପାତ୍ରପୁର ବ୍ଲକ ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।
