ସଂଗ୍ରାହାଳୟରେ ନେତାଜୀଙ୍କ ଜୟନ୍ତୀ ପାଳିତ

।ପୁରୀ ୨୩/୧ ନେତାଜୀ ସୁଭାଷ ବୋଷ ଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ ଆଜି ପୁରୀର ନେତାଜୀ ସଂଗ୍ରାହାଳୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସଂଗ୍ରାହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କୁ ନେତାଜୀଙ୍କ ଜୀବନୀ ଉପରେ ଆଲୋକପାତ କରାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ନେତାଜୀ ସ୍ମୃତି ପରିଷଦ ପୁରୀର ସଭାପତି ବିପିନାନନ୍ଦ ମିଶ୍ର, ଆବାହକ ଆଇନଜୀବୀ ଶିବ ପ୍ରସାଦ ମିଶ୍ର, ସମ୍ପାଦକ ଜଗନ୍ନାଥ ଦେଓ, ଜ୍ୟୋତି ପ୍ରକାଶ ନାୟକ, ନୀଳକଣ୍ଠ ମହାରଣା, ଟୁନା ନାୟକ, ଶ୍ୟାମ ସୁନ୍ଦର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସଂଗ୍ରାହାଳୟର ମରାମତି ଓ

ଉନ୍ନୟନ କାର୍ଯ୍ୟ ଚାଲୁଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଏହାର ଅନୁଧ୍ୟାନ କରିବା ସହ କାର୍ଯ୍ୟ କରୁଥିବା ସଂସ୍ଥା କୁ ପଚାରି ବୁଝିଥିଲେ। l ପରେ ସୁଭାଷ ବୋଷ ଛକ ଠାରେ ଥିବା ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଓ ଅନ୍ୟ ଅଧିକାରୀ ମାନେ ମାଲ୍ୟାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *