ଜେଜେ ବାପା, ଜେଜେମାଆ ସମ୍ମିଳନୀ ସରସ୍ବତୀ ଶିଶୁ ମନ୍ଦିର, ପୁରୁଣାବଜାର, ଠାରେ ଅନୁଷ୍ଠିତ ହୋଇଯାଇଛି
ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡିଶା ସରକାରଙ୍କ ଯୋଜନା ଅନୁସାରେ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର, ପୁରୁଣାବଜାର, ଭଦ୍ରକ ଜେଜେ ବାପା ଓ ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୧୨୬ଜଣ ଜେଜେ ବାପା, ଜେଜେମା, ଅଜା, ଆଈ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଅସୁରାଳୀ ଇଞ୍ଜିନିୟରିଂ କଲେଜର, ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିବା ବେଳେ ପରିଚାଳନା ସମିତିର ସଭାପତି ବିଜୟ କୁମାର କହଳି ଉପସ୍ଥିତ ଥିଲେ ଜେଜେବାପା, ଜେଜେମା ମାନଙ୍କୁ ସଂସ୍କାରିତ ନାତି ନାତୁଣୀ ତିଆରି କରିବାରେ ତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜ କିଶୋର ଦାସ ସ୍ବାଗତ ଭାଷଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କଥା ରଖିଥିଲେ I କୋଷାଧକ୍ଷ ଶକୁନ୍ତଳା ଦାସ ଉପସ୍ଥିତ ଥିଲେ । ଆଚାର୍ଯ୍ୟ ମନ୍ଦଧର ସବୁ ଅତିଥି ପରିଚୟ ରଖୁଥିଲା ବେଳେ ଆଚାର୍ଯ୍ୟ ଦିଲ୍ଲୀପ କୁମାର ସେଠୀ ସଂଯୋଜନା କରିଥିଲେ । ପରିଚାଳନା ସମିତିର କର୍ମକର୍ତା ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ କ୍ଷୁଦ୍ର ନାଟକ( ଜେଜେ ତମେ ମିଛ କହିଲ )ନାଟଳେ ଶିଶୁ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ବେଳେ ଜେଜେବାପା ଓ ଜେଜେ ମାଆଙ୍କ ମଧ୍ୟରେ ସଂସ୍କୃତି ଜ୍ଞାନ ଅଧାରିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ବୋଧ ଶିଶୁ ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା । ଆଚାର୍ଯ୍ୟ ଦିଲ୍ଲୀପ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
