ଜାତୀୟ ବାଳିକା ଦିବସ ପାଳିତ
ଜାତୀୟ ବାଳିକା ଦିବସ ପାଳିତ ସ୍ଥାନୀୟ ଉତ୍କଳ ବାଳାଶ୍ରମ, ପୁରୀ ପରିସରରେ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ, ଆଶୀର୍ବାଦ, ପୃଷ୍ଠପୋଷକ ବାଳିକା ହିତାଧିକାରୀ ମାନଙ୍କୁ ନେଇ ଜାତୀୟ ବାଳିକା ଦିବସ ଅବସରରେ ଏକ ବୈଠକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ବାଳିକା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଶିକ୍ଷା ହେଉଛି ମୁଖ୍ୟ ଅସ୍ତ୍ର। ଯେଉଁ ପର୍ଯ୍ୟନ୍ତ ଆମେ ଶିକ୍ଷା ଲାଭ କରୁଥିବା ଓ ଶିକ୍ଷା ବ୍ୟବସ୍ଥା ସହ ଜୀବନ କୁ ଜଡିତ କରି ରଖିବା ସେ ପର୍ଯ୍ୟନ୍ତ ଆମର ବୌଦ୍ଧକ ବିକାଶ ସହ ନିଜକୁ ସୁରକ୍ଷିତ ରଖିବାର କୌଶଳ ବିଷୟରେ ଜାଣିପାରିବା। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିରଜା ଶଙ୍କର ରଥ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡଃ ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି, ଅଞ୍ଜଳି କୁମାରୀ ନାୟକ ଜିଲ୍ଲା ନିରୀକ୍ଷଣ କମିଟି ସଦସ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଯୋଗ ଦେଇ ବାଳିକା ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଷୟରେ ଆଲୋକପlତ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ସାନିଟାରୀ ନାପକିନ ବିତରଣ କରାଯାଇଥିଲା। ଉତ୍କଳ ବାଳାଶ୍ରମ ର ଅନ୍ତେବାସୀ ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ପୋଷ୍ୟ ଗ୍ରହଣ କେନ୍ଦ୍ରର ସୁସ୍ଥ ଶିଶୁ କନ୍ୟାଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବାଳିକା ସୁମିତ୍ରା ବେହେରା, ସୁଶ୍ରୀ ଇପ୍ସିତା ସ୍ୱାଇଁ, ସମୀକ୍ଷା ବିଶ୍ୱାଳ, ସୃତି ସ୍ଵାଗତିକା ଜେନା, ଭକ୍ତି ପ୍ରିୟଦର୍ଶିନୀ ସାହୁ, ଆଦ୍ୟାଶା ସାମନ୍ତରାୟ, ଦାନଲକ୍ଷ୍ମୀ ରାଓ, ପାୟଲ ବେହେରା, ଜ୍ୟୋତ୍ସ୍ନା ଦାସ, ରୁପାଲି ସାହୁ, ମିତାଲି ଘୋଷ, ଫାଲ୍ଗୁନୀ ବେହେରା ଆଦିଙ୍କୁ ସମ୍ମାନିତ କରାଯାଇଥିଲା। ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସ୍ନିଗ୍ଧାରାଣୀ ସାହୁ, ରୋଜାଲିନ ପାତ୍ର ଓ ହରେକୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।
