ବରିଷ୍ଠ ସେବାୟତ ନିରଞ୍ଜନ ମହାପାତ୍ରଙ୍କ ଅକାଳ ବିୟୋଗ
ଗଭୀର ଶ୍ରଦ୍ଧାଂଜଳି ଦେବପୀଠ କପିଳାସ ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ବରିଷ୍ଠ ସେବାୟତ ନିରଞ୍ଜନ ମହାପାତ୍ର ଜାନୁଆରୀ ମାସ ପଚିଶ ତାରିଖ କୃଷ୍ଣପକ୍ଷ ଏକାଦଶୀରେ ଆଚାର୍ଯ୍ୟ ହରିହର କର୍କଟ ଡାକ୍ତରଖାନାରେ ୬୭ବର୍ଷ ବୟସ ରେ ଇହଲିଳା ସମ୍ବରଣ କରିଛନ୍ତି। ତାଙ୍କ ଜ୍ୟେଷ୍ଠ ପୁତ୍ର ଶୁଭେନ୍ଦୁ ଗ୍ରାମ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି। ବହୁ ଶୁଭେଚ୍ଛୁ ତାଙ୍କ ପାର୍ଥିବ ଶରୀରକୁ ପୁଷ୍ପ ମାଲ୍ୟାର୍ପଣ କରି ଦେଓଗାଁ ଗ୍ରାମ ପରିକ୍ରମା କରି ଗ୍ରାମ ଶ୍ମଶାନ ରେ ଦାହ କରିଛନ୍ତି। ତାଙ୍କ ବିୟୋଗ ରେ ସେବାୟତ ସଂଘ ର ସମ୍ପାଦକ ତଥା ଦେଓଗାଁ ଗ୍ରାମ କମିଟିର ସମ୍ପାଦକ ଗୁରୁ ଚରଣ ମହାପାତ୍ର, ପୂର୍ବତନ ସରପଂଚ ଗୋବିନ୍ଦ ଚନ୍ଦ୍ର ପତି, ଭାଗିରଥି ବେହେରା ,ସାଗରିକା ସାହୁ, ସରପଞ୍ଚ ବିଜୟ କୁମାର ଦେହୁରୀ , ଢେଙ୍କାନାଳ ଜିଲ୍ଲା ର ବରିଷ୍ଠ ଆଇନଜୀବି ଶ୍ରୀକାନ୍ତ କୁମାର ମିଶ୍ର, ପ୍ରାକ୍ତନ ବିଧାୟକ ନବୀନ ନନ୍ଦ, ସମାଜସେବୀ ଅକ୍ଷୟ କୁମାର ରଣା, ବିଜୟ କୁମାର ଷଡଙ୍ଗୀ, ବିଦ୍ୟାଧର ସାହୁ,ମାନସ କୁମାର ସାହୁ,ଯୁବ ସମାଜସେବୀ ପ୍ରହଲ୍ଲାଦ ମହାନ୍ତି,ପ୍ରତାପ ପତି, ପୂର୍ବତନ ସମିତି ସଭ୍ଯ ସମ୍ବିତ ପତି, ସମିତି ସଭ୍ୟା ପିଙ୍କୀ ପତି, ବିଶିଷ୍ଟ କଳାକାର ବିଶ୍ଵଜିତ ପତି, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତଥା ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ଶୋକ ପ୍ରକାଶ କରି,ଅମର ଆତ୍ମାର ସଦ୍ଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ତାଙ୍କ ବିୟୋଗ ରେ ଗଁଦିଆ ବ୍ଳକ୍ ରେ ଶୋକ ର ଛାୟା ଖେଳିଯାଇଛି।
