ସାଧାରଣତନ୍ତ୍ର ଦିବସ-୨୦୨୫ ମହାପ୍ରବନ୍ଧକଙ୍କ ବାର୍ତ୍ତା
Kochi, Kerala, India -March 2, 2021 a train moving with electric support through the indian railway track
ପୂର୍ବ ତଟ ରେଳପଥ ପରିବାରର ପ୍ରିୟ ସଦସ୍ୟଗଣ,୭୬ତମ ଗଣତନ୍ତ୍ର ଦିବସର ପବିତ୍ର ଶୁଭ ଅବସରରେ ମୁଁ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଛା ଜଣାଉଛି । ଏହା ଆମ ପାଇଁ ଏକ ଅବସର ଯେଉଁଥିରେ ଆମେ ଆମର ମହାନ ଗଣରାଜ୍ୟର ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା, ଶାନ୍ତି ସଦ୍ଭାବ ବଜାୟ ରଖିବା ଓ ଆମ ସମ୍ବିଧାନରେ ଲିଖିତ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ମୂଲ୍ୟବୋଧକୁ ସୁରକ୍ଷା ତଥା ସୁଦୃଢ କରିବା ଲାଗି ସଂକଳ୍ପ ନେବା ।ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ବହୁତ ଗୁଡ଼ିଏ ସଫଳତା ହାସଲ କରିଛି ଏବଂ ଏହି ବିଶେଷ ଅବସରରେ ମୁଁ ଆପଣଙ୍କ ସହ ଏହି ସଫଳତାଗୁଡ଼ିକୁ ବାଣ୍ଟୁୁଥିବାରୁ ଗର୍ବିତ । ଏହା ମୁଁ ଗର୍ବର ସହ କହିପାରିବି ଯେ ଆଜି ସୁଦ୍ଧା ପୂର୍ବ ତଟ ରେଳପଥ ୨୦୦ ମେଟ୍ରିକ ଟନରୁ ଅଧିକ ଲୋଡିଂର ଏକ ଅଦ୍ଭୁତପୂର୍ବ ମାଇଲ ଖୁଣ୍ଟ ହାସଲ କରିଛି, ଯାହା ସବୁ ଜୋନ ମଧ୍ୟରେ ସର୍ବାଧିକ । ଏହି ସଫଳତା ଗତ ବର୍ଷ ତୁଳନାରେ ପାଞ୍ଚ ଦିନ ପୂର୍ବରୁ ମାତ୍ର ୨୯୦ ଦିନର ରେକଡର଼୍ ସମୟରେ ହାସଲ କରାଯାଇଛି ।ଡିସେମ୍ବର ୨୦୨୪ ସୁଦ୍ଧା, ପୂର୍ବ ତଟ ରେଳପଥ ୧୭୩୨୪ କୋଟି ଟଙ୍କା ଆୟ କରିଛି । ଆମେ ଡିସେମ୍ବର ୨୪ ସୁଦ୍ଧା ୬.୯ କୋଟିରୁ ଅଧିକ ଯାତ୍ରୀ ପରିବହନ କରିଛୁ, ଯାହା ପୂର୍ବ ବର୍ଷ ତୁଳନାରେ ୯.୫୩% ରୁ ଅଧିକ । ଏହି ଆର୍ଥିକ ବର୍ଷରେ ଯାତ୍ରୀ ଆୟ ୧୭୪୫ କୋଟି ଟଙ୍କା ହୋଇଛି, ଯାହା ଗତ ବର୍ଷ ଏହି ସମୟ ଅବଧି ତୁଳନାରେ ୯.୩% ଅଧିକ । ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆମର କ୍ୟାପେକ୍ସ ବ୍ୟବହାର ୮୨୮୧ କୋଟି ଟଙ୍କା, ଡିସେମ୍ବର ୨୦୨୪ ସୁଦ୍ଧା ଆମର କାର୍ଯ୍ୟ ପରିଚାଳନା ଅନୁପାତ ୬୦.୮୯ ରହିଥିଲା ।ପୂର୍ବ ତଟ ରେଳପଥ ପାଇଁ ଆମର ଯାତ୍ରୀମାନଙ୍କୁ ସେବା ପ୍ରଦାନ କରିବା ଏକ ସର୍ବୋଚ୍ଚ ପ୍ରାଥମିକତା ହୋଇ ଆସିଛି । ଚଳିତ ଆର୍ଥିକ ବର୍ଷରେ ଯାତ୍ରୀମାନଙ୍କ ଋତୁକାଳୀନ ଚାହିଦା ପୂରଣ ପାଇଁ ବିଶେଷ କରି ପର୍ବପର୍ବାଣୀ ଏବଂ ଛୁଟି ସମୟରେ ଆମେ ୧୨ଟି କୁମ୍ଭ ମେଳା ସ୍ପେଶାଲ ସମେତ ୧୭୮୧ଟି ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରିଛୁ ଏବଂ ନିୟମିତ ଟ୍ରେନ ଗୁଡ଼ିକରେ ୪୫୪୫ଟି କୋଚ୍ ଯୋଡ଼ିଛୁ । ଏହା ସହିତ ୭୫ଟି କୋଚ୍ର ସ୍ଥାୟୀ ବୃଦ୍ଧି ମଧ୍ୟ କରାଯାଇଛି । ଯାତ୍ରୀଙ୍କ ଅଭିଜ୍ଞତା ଓ ସୁରକ୍ଷାକୁ ଉନ୍ନତ କରିବା ଲାଗି ଚଳିତ ଆର୍ଥିକ ବର୍ଷରେ ଏଲ୍ଏଚ୍ବି ରେକ୍ ସହିତ ଛଅ ଯୋଡ଼ା ଟ୍ରେନ ପ୍ରଚଳନ କରାଯାଇଛି ।୨୦୨୪ ମସିହାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୂର୍ବ ତଟ ରେଳପଥର ରେଳ କର୍ମଚାରୀମାନେ ବିଶେଷ କରି ଖୋର୍ଦ୍ଧା ରୋଡ଼ ଟିମ ଅଦ୍ଭୁତପୂର୍ବ ସଂଖ୍ୟକ ଯାତ୍ରୀଙ୍କୁ ପରିଚାଳନା ଓ ସୁବିଧା ପ୍ରଦାନ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ଏହାକୁ ସମାଜର ପ୍ରତ୍ୟେକ ବର୍ଗ ପ୍ରାଂସା କରିଥିଲେ । ମୋଟ ୩୨୧ଟି ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରାଯାଇଥିଲା, ଯାହା ପ୍ରାୟ ୧୫ ଲକ୍ଷ ଭକ୍ତଙ୍କୁ ସେବା ଯୋଗାଇଥିଲା । ଚଳିତ ବର୍ଷର ବ୍ୟବସ୍ଥା ମଧ୍ୟରେ ଯାତ୍ରୀ ସୁବିଧା, ଦକ୍ଷ ଟିକେଟିଂ ଓ ଗତିଶୀଳ ଟ୍ରେନ ଯୋଜନା ଉପରେ ଧ୍ୟାନ ଦେବାରେ ଏହା ସ୍ୱତନ୍ତ୍ର ଥିଲା ।ଆମେ ଆମର ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଲାଗି ପ୍ରତିବଦ୍ଧ ରହିଛୁ । ଆଧୁନିକ ସୁବିଧାରେ ସଜ୍ଜିତ କଟକ ରେଳ ଷ୍ଟେସନର ପୂର୍ବ ପାଶ୍ୱର୍ ପ୍ରବେଶ ପଥକୁ ମାନ୍ୟବର ରେଳମନ୍ତ୍ରୀଙ୍କ ଦ୍ୱାରା ସଂପ୍ରତି ଉଦ୍ଘାଟନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁ କାର୍ଯ୍ୟ କରାଯାଇଛି । ଏଥିରେ ଏଟିଭିଏମ, କ୍ୟୁଆର କୋଡ୍ ପେମେଣ୍ଟ ସୁବିଧା, କୋଚ ଇଣ୍ଡିକେଶନ ବୋର୍ଡ, ଇକୋନୋମି ମିଲ ସ୍ପେଶାଲ କାଉଣ୍ଟର, ୱେଟିଂ ହଲ ଏବଂ ସର୍କୁଲେଟିଂ ଏରିଆର ବିକାଶ, ଅତିରିକ୍ତ ପ୍ଲାଟଫର୍ମ ସେଡ୍ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା । ଏହି ସମୟ ମଧ୍ୟରେ ୧୪ଟି ଷ୍ଟେସନରେ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ରାମ୍ପ, ୩୧ ଟି ଷ୍ଟେସନରେ ପ୍ଲାଟଫର୍ମର ଉଚ୍ଚତା, ୧୭ ଟି ଷ୍ଟେସନରେ ଫୁଟ ଓଭରବ୍ରିଜ ଏବଂ ୪ଟି ଷ୍ଟେସନରେ ଲିଫ୍ଟ ମଧ୍ୟ ଯୋଗାଇ ଦିଆଯାଇଥିଲା । ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନୂତନ ରେଳପଥ ଲାଇନର ଅଟ୍ରି ଓ ସାନପଦରରେ ଦୁଇଟି ନୂତନ ପାସେଞ୍ଜର ହଲଟ ଉଦଘାଟିତ ହୋଇଛି । ଟ୍ରେନଗୁଡ଼ିକର ଆଗମନ ଓ ପ୍ରସ୍ଥାନର ସ୍ୱୟଂଚାଳିତ ଅପଡେସନ ପାଇଁ ୩୭ଟି ଷ୍ଟେସନରେ ଯାତ୍ରୀସୂଚନା ପ୍ରଣାଳୀ ସର୍ଭର ସହ ସଂଯୁକ୍ତ କରାଯାଇଛି । ୫୭ଟି ଷ୍ଟେସନରେ ଷ୍ଟେସନ ଉନ୍ନତି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।ଆର୍ଥିକ ବର୍ଷରେ ମୋଟ ୨୭୬ କିଲୋମିଟର ନୂତନ ଲାଇନ, ଦୋହରୀକରଣ ଏବଂ ମଲ୍ଟି ଟ୍ରାକିଂ କାର୍ଯ୍ୟ ସମାପ୍ତ ହୋଇଛି । ଆମେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନୂତନ ରେଳପଥ ଲାଇନ ପ୍ରକଳ୍ପ ଅଧୀନରେ ଝାରମୁଣ୍ଡା-ବୌଦ୍ଧ (୧୬.୨୭ କିମି), ବୌଦ୍ଧ-ଚମ୍ପାପୁର (୧୩.୭୦ କିମି) ଓ ଚମ୍ପାପୁର-ପୁରୁଣାକଟକ (୧୩.୪୪ କିମି), ନୂତନ ଲାଇନ ସେକ୍ସନ ସଫଳତାର ସହ ସମାପ୍ତ କରିଛୁ । ସଂପ୍ରତି କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କିଛି ଅଂଶ ହେଉଛି: (୧) ଗୋରାପୁର-ଦର୍ଲିପୁଟ (୧୨.୬୪୯ କିମି)(୨) ଦର୍ଲିପୁଟ-ପାଡୁଆ (୯.୭୭ କିମି) (୩) ରାଣୀତାଲ- ଭଦ୍ରକ (୫.୦୦ କିମି) (୪) ହିନ୍ଦୋଳ ରୋଡ଼-ମେରାମଣ୍ଡଳି (୨୭.୨୮ କିମି) ଇତ୍ୟାଦି । ସାଲେଗାଁଓ-ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପ୍ରକଳ୍ପର ଇଞ୍ଜିନ ରୋଲିଂ ୧୦.୦୧.୨୦୨୫ରେ କରାଯାଇଥିଲା । ଡିସେମ୍ବର ୨୪ ସୁଦ୍ଧା ୩୩୫ ଟିକେଏମ୍ର ବିଦ୍ୟୁତିକରଣ ସଂପୂର୍ଣ୍ଣ ହୋଇଛି । ଦର୍ଲିପୁଟ, ପୁରୁଣାପାଣି, ଝାରମୁଣ୍ଡା ଓ ବୌଦ୍ଧରେ ନୂତନ ଷ୍ଟେସନ ବିଲଡିଂ କାର୍ଯ୍ୟକ୍ଷମ କରାଯାଇଥିଲା । ଗତି ଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲ ଗୁଡ଼ିକୁ ଦୁଇଟି ସ୍ଥାନରେ କାର୍ଯ୍ୟକ୍ଷମ କରାଯାଇଛି ।ପୂର୍ବ ତଟ ରେଳପଥ ଏହାର ଗୁରୁତ୍ୱପୂର୍ଣ୍ଣ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକରେ ସୁଡ଼ଙ୍ଗ ନିର୍ମାଣ ସହିତ ପ୍ରମୁଖ ସଫଳତା ହାସଲ କରିଛି । ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନୂଆ ଲାଇନ ପ୍ରକଳ୍ପରେ ଦଶପଲ୍ଲା-ବୁଗୁଡ଼ା, ବୁଗୁଡ଼ା-ବାଣିଗୋଛା, ଚାରିଛକ- ପୁରୁଣାକଟକ ଓ ଅଡେନିଗଡ଼-ଚାରିଛକରେ ଏହା ହାସଲ କରାଯାଇଛି । ସେହିପରି କୋଟାଭାଲାସା-କୋରାପୁଟ ଦେହରୀକରଣ ପ୍ରକଳ୍ପର ବୋରାଗୁହାଲୁ-କାରକାଭାଲାସା ଏବଂ ବୋଦାଭାରା-ଶିବାଲିଙ୍ଗାପୂରମରେ ଟନେଲ ନିର୍ମାଣରେ ସଫଳତା ହାସଲ କରାଯାଇଛି । ଏହା ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କୈନ୍ଦ୍ରିକ ରେଳପ୍ରକଳ୍ପ ଗୁଡ଼ିକର ନିର୍ମାଣକୁ ଗତି ଦେବ ।ସଂପ୍ରତି, କେନ୍ଦ୍ର ସରକାର ୧୩୮.୩୨ କିଲୋମିଟର ଲମ୍ବ ବରଗଡ଼ ରୋଡ-ନୂଆପଡ଼ା ରୋଡ଼ ନୂତନ ଲାଇନକୁ ପଦମପୁର ଦେଇ ମଞ୍ଜୁର କରିଛନ୍ତି, ଏହା ସହ ଦୈତାରୀରୁ ବାଲିପର୍ବତ ଲୁହାପଥର ଖଣି (୫.୦୨ କିମି) ଏବଂ ନୟାଗଡ଼ରୁ ଡୁବୁଣା ଲୁହାପଥର ଖଣି (୫.୧୪ କିମି) ମଧ୍ୟରେ ନୂତନ ଲାଇନକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ନୂତନ ରେଳ ଲାଇନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗୀକରଣ ପ୍ରଦାନ କରିବ ଏବଂ ଅଂଚଳରେ ସମୃଦ୍ଧି ତଥା ବିକାଶ ଆଣିବ । ଗତିଶୀଳତା ଓ ସୁରକ୍ଷାକୁ ଉନ୍ନତ କରିବା ଲାଗି ରାଜଆଠଗଡ଼ରୁ ମାଛାପୁର (୧୦.୮୯ କିମି), ରାଜଆଠଗଡ଼ରୁ ରାଧାକିଶୋରପୁର (୫.୭୭ କିମି), ରାଧାକିଶୋରପୁରରୁ ମାଛାପୁର (୫.୧୨ କିମି) ମଧ୍ୟରେ ରେଳ ଫ୍ଲାଏଓଭର ଏବଂ ଆରଭି ଲାଇନ (୫.୫୦ କିମି)ରୁ ଫ୍ଲାଏଓଭର ବାଇପାସିଂ ଟ୍ରାଫିକ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସବୁ ପ୍ରକଳ୍ପ ଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ପାଇଁ ପୂର୍ବ ତଟ ରେଳପଥ ସଂକଳ୍ପବଦ୍ଧ ।ଭିତ୍ତିଭୂମି ଓ ଜନସାଧାରଣଙ୍କ ସୁରକ୍ଷାକୁ ଉନ୍ନତ କରିବା ଲାଗି ପୂର୍ବ ତଟ ରେଳପଥ ୧୭୦ଟି ରୋଡ ଓଭରବ୍ରିଜ (ଆରଓବି) ନିର୍ମାଣ ପ୍ରକଳ୍ପକୁ ସ୍ୱତନ୍ତ୍ର ରେଳପ୍ରକଳ୍ପ ଭାବରେ ଘୋଷଣା କରିଛି । ଆର୍ଥିକ ବର୍ଷ ମଧ୍ୟରେ ପାଞ୍ଚୋଟି ଆରଓବି ଏବଂ ତିନୋଟି ଏଫଓବିର କାମ ମଧ୍ୟ ସମାପ୍ତ କରିଛି । ଏହି ଆର୍ଥିକ ବର୍ଷରେ ୧୮ ଟି ମାନବ ଚାଳିତ ଲେଭଲ କ୍ରସିଂକୁ ଉଛେଦ କରିଥିବା ବେଳେ ୨୦ଟି ଆରଓବି ଓ ୭୫ଟି ଆରୟୁବି ମଧ୍ୟ କାର୍ଯ୍ୟକ୍ଷମ କରିଛି । ୨୨୫ କିମିର ଥ୍ରୁ ରେଲ ନବୀକରଣ, ୩୫୧ କିମିର ଥ୍ରୁ ସ୍ଲିପର ନବୀକରଣ, ୨୬ ଟିକେଏମ ଥ୍ରୁ ୱେଲଡ ନବୀକରଣ ଓ ୮୬ଟି ସେତୁର ପୁନଃ ନିର୍ମାଣ/ପୁନଃସ୍ଥାପନ ଇତ୍ୟାଦି କାର୍ଯ୍ୟ ସଂପନ୍ନ ହୋଇଛି । ଭିତ୍ତିଭୂମିର ଉନ୍ନତିକରଣ ଓ ସୁରକ୍ଷା ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି ।ଟ୍ରେନ ପରିଚାଳନାରେ ସୁରକ୍ଷା ଏବଂ ଆମର ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ର ଆମର ମିଶନ କ୍ଷେତ୍ର ହୋଇ ରହିଛି । ୫୨ଟି ଷ୍ଟେସନରେ ଇଣ୍ଟରଲକିଙ୍ଗ୍ ସିଷ୍ଟମର ସୁରକ୍ଷା ଅଖଣ୍ଡତା ପରୀକ୍ଷଣ ସମାପ୍ତ ହୋଇଛି ଏବଂ ୫୩ଟି ସ୍ଲାଇଡିଂ ବୁମ କାର୍ଯ୍ୟକ୍ଷମ ହୋଇଛି । ସମସ୍ତ ନନ-ଇଣ୍ଟରଲକ ହୋଇଥିବା ଏଲସି ଗେଟଗୁଡ଼ିକରେ ଭଏସ ଲଗର ଫୋନ ଯୋଗାଇ ଦିଯାଇଥିଲା । ଟ୍ରେନଗୁଡ଼ିକର ଲାଇନ କ୍ଷମତା ଏବଂ ସୁରକ୍ଷିତ ଚଳାଚଳକୁ ବୃଦ୍ଧି କରିବା ଲାଗି ୧୮ଟି ନୂତନ ଇଲେକ୍ଟ୍ରୋନିକ ଇଣ୍ଟରଲକିଙ୍ଗ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ବିଦ୍ୟମାନ ଇଆଇ/ପିଆଇ ଷ୍ଟେସନଗୁଡ଼ିକରେ ୧୫ଟି ପରିବର୍ତନ କରାଯାଇଛି । ଗୋଳନ୍ଥରା, ସୁରଲା ରୋଡ଼, ଟିଲାରୁ, ନିରାକାରପୁର, ଦୁସିି ଏବଂ କାଇପଦର ରୋଡ଼ରେ ହଟ ଷ୍ଟାଣ୍ଡବାଏ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଇଲେକ୍ଟ୍ରୋନିକ ଇଣ୍ଟରଲକିଙ୍ଗ୍ ସିଷ୍ଟମରେ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବା ଲାଗି ଷ୍ଟେସନ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଉଛି । ଏଥିପାଇଁ ୧୮ଟି ହଟ ଆକ୍ସଲ ବକ୍ସ ଡିଟେକ୍ଟର ମଞ୍ଜୁର ହୋଇଛି ଯାହା ମଧ୍ୟରୁ ୯ଟି ପୂର୍ବରୁ ସଂସ୍ଥାପିତ ହୋଇସାରିଛି । ନଭେମ୍ବର ୨୦୨୪ରେ ତିନୋଟି ବିଭାଗରେ ପୂର୍ଣ୍ଣାଙ୍ଗ ମଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କରାଯାଇଥିଲା । କର୍ମଚାରୀଙ୍କ ସତର୍କତା, ସୁରକ୍ଷା ନିୟମ ସଂପର୍କରେ ସଚେତନତା ଇତ୍ୟାଦି ନିରୀକ୍ଷଣ କରିବା ପାଇଁ ମୋଟ ୧୦୨୩ଟି ଆମ୍ୁସ ଯାଞ୍ଚ ଏବଂ ୧୨,୬୬୫ଟି ସୁରକ୍ଷା ଯାଞ୍ଚ କରାଯାଇଥିଲା ।ଗତିଶୀଳତା ବୃଦ୍ଧି ଲାଗି ଚଳିତ ଆର୍ଥିକ ବର୍ଷରେ ଆଠଟି ସ୍ଥାୟୀ ଗତି ପ୍ରତିବନ୍ଧକକୁ କୋହଳ କରାଯାଇଛି । ୨୨୪ କିଲୋମିଟର ରୁଟ ପାଇଁ ୧୭ଟି ସେକ୍ସନରେ ସେକ୍ସନାଲ ବେଗ ବୃଦ୍ଧି କରାଯାଇଛି ।ଆମେ ଇକୋଆର ଉପରେ ୧୩୭୮ କେଡବଲ୍ୟୁପି ସୌର ପ୍ଲାଣ୍ଟ୍ ସ୍ଥାପନ କରିଛୁ ଯାହା ଦ୍ୱାରା ୨.୪୫ କୋଟି ଟଙ୍କା ସଞ୍ଚୟ ହୋଇଛି । ଏପର୍ଯ୍ୟନ୍ତ ଇକୋଆରରେ ୯୧ଟି ରେକ ଏଚ୍ଓଜିରେ ଚାଲୁଛି ଯାହା ଦ୍ୱାରା ୨୦୦୦ଟଙ୍କା ସଞ୍ଚୟ ହୋଇଛି । ଏହି ଆର୍ଥିକ ବର୍ଷରେ ଡିଜେଲ ବ୍ୟବହାର ହ୍ରାସ ଯୋଗୁ ୧୯୭.୯୨ କୋଟି ଟଙ୍କା ସଞ୍ଚୟ ହୋଇଛି, ପୁନଃଚକ୍ରିତ ଜଳ ବ୍ୟବହାର କରି ଆମେ ୨୦୨୪-୨୫ ମଧ୍ୟରେ ପ୍ରତିଦିନ ୨ ଲକ୍ଷ କିଲୋ ଲିଟର ମଧୁର ଜଳ ବ୍ୟବହାରକୁ ପ୍ରତ୍ୟକ୍ଷ ଭାବରେ କମ କରିପାରିଛୁ । ଏହା ବ୍ୟତୀତ ଭୂତଳ ଜଳକୁ ଚାର୍ଜ କରିବା ଲାଗି ୧୩୨ଟି ବର୍ଷାଜଳ ଅମଳ ପିଟ୍ ନିର୍ମାଣ କରିଛୁ । ଇକୋଆର୍ ବିଭିନ୍ନ ସ୍ଥାନରେ ୪ ଲକ୍ଷରୁ ଅଧିକ ଚାରା ରୋପଣ କରିଛି ।ଆମର ସୁରକ୍ଷା ବିଭାଗ ରେଳ ସମ୍ପତି (ବେଆଇନ ଜବର ଦଖଲ) ଆଇନ ଅଧିନରେ ୧୪୭ଟି ମାମଲା ଚିହ୍ନଟ କରିଛି ଏବଂ ଟ.୪୪,୩୫,୪୫୯/- ମୂଲ୍ୟର ଚୋରୀ ସାମଗ୍ରୀ ଉଦ୍ଧାର କରିଛି ଓ ୩୭୯ ଜଣ ଅପରାଧୀଙ୍କୁ ଗିରଫ କରିଛି । ରେଳବାଇ ଅଧିନିୟମରେ ୩୩୯୬୧ ଟି ମାମଲା ପଞ୍ଜିକୃତ ହୋଇଛି ଏବଂ ଏଥିରୁ ୭୧,୦୫,୨୫୦/- ଟଙ୍କା ଆଦାୟ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି । ଏନ୍ଡିପିଏସ୍ ଆଇନ ଅନୁସାରେ ୧୭୨ ଟି ମାମଲା ଚିହ୍ନଟ ହୋଇଥିଲା ଓ ଟ.୪.୨୩ କୋଟି ଟଙ୍କା ମୂଲ୍ୟର ନିଷିଦ୍ଧ ସାମଗ୍ରୀ ଉଦ୍ଧାର କରାଯାଇଥିଲା ଏବଂ ୨୬୦ ଅପରାଧିଙ୍କୁ ଗିରଫ କରାଯାଇଥିଲା । ଏହି ସମୟ ଅବଧିରେ ୭୦୬ ଜଣ ନାବଳକ ଏବଂ ୨୩୪ ଜଣ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଛାଡ଼ିଯାଇଥିବା ୧୫୬୪ଟି ଯାତ୍ରୀ ଲଗେଜକୁ ଉଦ୍ଧାର କରାଯାଇ ଯାତ୍ରୀମାନଙ୍କୁ ଫେରସ୍ତ କରାଯାଇଛି । ମେରି ସହେଲି ଟିମ୍ ଦ୍ୱାରା ୧,୩୮,୩୯୭ ଜଣ ମହିଳା ଯାତ୍ରୀଙ୍କୁ ସହଯୋଗ କରିଛନ୍ତି । ସୁରକ୍ଷା ଓ କାର୍ଯ୍ୟକ୍ଷମତା ବୃଦ୍ଧି ଲାଗି ଇକୋଆର ଉପରେ ସୌରଶକ୍ତି ସିସି ଟିଭି କ୍ୟାମେରା ସ୍ଥାପନ କରାଯାଇଛି । ତାଲିମ , ଦକ୍ଷତା ଓ ସୁରକ୍ଷା ବୃଦ୍ଧି ଲାଗି ୩ଟି ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି ।କ୍ରୟ ଅଡର଼୍ର ଜାରି କରିବାରେ ହାରାହାରି ସମୟ ପାଇଁ ଇକୋଆର ଉପରେ ସାମଗ୍ରୀ ପରିଚାଳନାକୁ ଭାରତୀୟ ରେଳବାଇ ତୁଳନାରେ ଦ୍ୱିତୀୟ ସ୍ଥାନ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ମୋଟ ୨୨୨୧ ଟି କ୍ରୟ ଅଡର଼୍ର ଆସିଛି ଯାହାର ମୂଲ୍ୟ ୫୦.୮୮ କୋଟି ଟଙ୍କା ଜିଇଏମଙ୍କ ମାଧ୍ୟମରେ ଦିଆଯାଇଛି ।ଆମର ଭୁବନେଶ୍ୱର କେନ୍ଦ୍ରୀୟ ହସପିଟାଲ ଏବଂ ୦୩ଟି ବିଭାଗୀୟ ହସପିଟାଲ ଏବଂ ୨୭ଟି ସ୍ୱାସ୍ଥ୍ୟ ୟୁନିଟରେ ପ୍ରାୟ ୪୮୬୬୨ ଜଣ କର୍ମଚାରୀ ଏବଂ ୩୨୮୦୬ ଜଣ ଆରଇଏଲ କାର୍ଡଧାରକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଚିକିତ୍ସା ଆବଶ୍ୟକତା ପୂରଣ କରିଥାନ୍ତି । ୩୯ଟି ଘରୋଇ ହସପିଟାଲ ଓ ୭ଟି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଟର୍ସିଆରୀ ଯତ୍ନ ଚିକିତ୍ସା ଲାଗି କେସ୍ଗୁଡ଼ିକୁ ରେଫର କରିବା ପାଇଁ ସ୍ୱୀକୃତି ଦିଆଯାଇଛି । ୭୨ଟି ସ୍ୱତନ୍ତ୍ର ସର୍ଜରୀ ଯଥାହିପ ରିପ୍ଲେସମେଣ୍ଟ, ଆଣ୍ଠୁ ରିପ୍ଲେସମେଣ୍ଟ ଇତ୍ୟାଦି ଭଳି ମାମଲା ଏବଂ ୧୦୬୬ଟି ପ୍ରମୁଖ କେସ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି । ପୂର୍ବ ତଟ ରେଳପଥ ରେଳ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କ ଲାଭ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛି । ଆମେ ଆମର କର୍ମଚାରୀଙ୍କ ସୁବିଧା ଲାଗି ବୀମାର ବ୍ୟାପକ ପ୍ୟାକେଜ ପ୍ରଦାନ ଲାଗି ଏସ୍ବିଆଇ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ଜାତୀୟକରଣ ବ୍ୟାଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛୁ । କର୍ମଚାରୀଙ୍କ ଲାଗି ଏକ ତୁରନ୍ତ ସହାୟତା କେନ୍ଦ୍ର ଭାବରେ ସମ୍ବଲପୁର ଡିଭିଜନରେ ଏକ ଟେଲି କଲ ସେଣ୍ଟର ଆସ୍ଥା କାର୍ଯ୍ୟ କରୁଛି । ଆର୍ଥିକ ବର୍ଷରେ ୪୮ଟି ଚୟନ, ୪୩୬ଟି ଉପଯୁକ୍ତତା ପରୀକ୍ଷା ଏବଂ ୨୫୭ଟି ଟ୍ରେଡ ପରୀକ୍ଷା ସମାପ୍ତ ହୋଇଛି । ଜୋନର ବିଭିନ୍ନ ବିଭାଗ ଏବଂ ୟୁନିଟରେ ୪୦୫୨ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଛି । ଆକ୍ଟ ଆପ୍ରେଂଟିସ କାର୍ଯ୍ୟକ୍ରମ ଅଧିନରେ ୧୧୩୧ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯାଇଛି ।କ୍ରୀଡ଼ା କ୍ଷେତ୍ରରେ ଆମର ରେଳ କର୍ମଚାରୀମାନେ ଏହି ଜୋନକୁ ଗୌରବାନ୍ୱିତ କରିଛନ୍ତି । ଆମର କ୍ରୀଡ଼ା ଅଧିକାରୀ ଶ୍ରୀ ଅମିତ ରୋହିଦାସ ପ୍ୟାରିସ ଅଲମ୍ପିକ ଗେମ୍ସ, ୨୦୨୪ରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ଭାବରେ ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି । ଆମର ତୀରନ୍ଦାଜୀ, ଭାରୋତ୍ତଳନ, ମୁଷ୍ଟିଯୁଦ୍ଧ, ଫୁଟବଲ ଏବଂ ବ୍ୟାଡମିଣ୍ଟନର ଖେଳାଳୀମାନେ ମଧ୍ୟ ବହୁତ ଗୁଡ଼ିଏ ଜାତୀୟ ଓ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ପ୍ରଦର୍ଶନରେ ଭାଗ ନେଇ ସଫଳତା ହାସଲ କରିଛନ୍ତି । ଇକୋଆର ବିଶାଖାପାଟଣାରେ ଅଲ ଇଣ୍ଡିଆ ରେଲୱେ ବକ୍ସିଂ ଚାମ୍ପିୟନଶିପ ୨୦୨୫ ଆୟୋଜନ କରିଥିଲା ଏବଂ ୩ଟି ରୋପ୍ୟ ପଦକ ହାସଲ କରିଛି ।ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ ଦ୍ୱାରା କର୍ମଚାରୀ କଲ୍ୟାଣରେ ସେମାନଙ୍କ ପ୍ରଶଂସନୀୟ ଅବଦାନ ପାଇଁ ମୁଁ ଆମର ସ୍ୱୀକୃତି ପ୍ରାପ୍ତ ୟୁନିୟନ ଏବଂ ସଂଘ ଗୁଡ଼ିକୁ ଧନ୍ୟବାଦ ଜଣାଉଛି । ମୁଁ ଇକୋଆରଡବଲ୍ୟୁଡବଲ୍ୟୁଓକୁ ତାଙ୍କର ନିରନ୍ତର ସମର୍ଥନ ଓ କଲ୍ୟାଣମୂଳକ କାର୍ଯ୍ୟ ଲାଗି ମଧ୍ୟ ଧନ୍ୟବାଦ ଜଣାଉଛି ।ପୂର୍ବ ତଟ ରେଳପଥକୁ ଏହି ଐତିହାସିକ ସଫଳତା ହାସଲ କରିବାରେ ସାହାଯ୍ୟ କରିବା ଲାଗି ସମସ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସେମାନଙ୍କ ଅଟଳ ପ୍ରୟାସ, ଅସାଧାରଣ ଆନ୍ତରିକତା ଓ ସମର୍ପଣ ପାଇଁ ମୁଁ ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହି ଅବସରରେ ଆସନ୍ତୁ ଆମେ ନିଜ କାର୍ଯ୍ୟରେ ଉକ୍ରର୍ଷତା ବଜାୟ ରଖିବାକୁ ପ୍ରତିଜ୍ଞାବଦ୍ଧ ହେବା ଏବଂ ସମର୍ପଣ ସହ ରାଷ୍ଟ୍ରର ସେବା ଜାରି ରଖିବା ।ମୁଁ ପୁଣିଥରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି l
