ମହିଳା ମହାିଦ୍ୟାଳୟରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

ମାଲକାନଗିରି,୩୧/୧୦- ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ, ବିଶ୍ଵ ମିତ ବ୍ୟୟୀ ତା ଦିବସ ପାଳନ ଅବସର ରେ ବୃକ୍ଷ ରୋପଣ କର ଯାଇଥିଲା।।ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୁବ ରେଡ କ୍ରସ୍ ର ସ୍ବେଛସେବୀ ମାନେ ଏଥିରେ ସହଯୋଗ କରିଥିଲେ।ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ,ଶ୍ରୀ ଲଳିତ ମଣ୍ଡଳ ଅବଂ ସହଯୋଗୀ ଯୋଗ ଦେଇ ଉପସ୍ଥିତ ଛାତ୍ରୀ ମାନ ଙ୍କୁ ସଞ୍ଚୟ ର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ।ଅବସର ପ୍ରାପ୍ତ ଅଧ୍ୟାପକ, ସରୋଜ କୁମାର ଦାଶ ଅତିଥି ଭାବରେ ଯୋଗଦେଇ ,ବର୍ତ୍ତମାନ ପରିପ୍ରେକ୍ଷୀରେ ଅନାବଶ୍ୟକ ଅର୍ଥ ଅପବ୍ୟୟ ରୁ ନିବୃତ୍ତ ରହି ଭବିଷ୍ୟତ ର ଆର୍ଥିକ ସୁରକ୍ଷା ନିମନ୍ତେ ସଞ୍ଚୟ ର ପ୍ରାସଙ୍ଗିକତା ସଂପର୍କରେ ସବିଶେଷ ଆଲୋଚନା କରି ଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ,ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା ସଞ୍ଚୟ ଓ ଆର୍ଥିକ ନିରାପତ୍ତା ର ସମ୍ପର୍କକୁ ଗୁରୁତ୍ୱ ଦେଇଥିଲେ।ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ,ଶ୍ରୀ ପ୍ରଶାନ୍ତ ଶତପଥୀ ଙ୍କ ସମେତ ଶ୍ରୀ କୃଷ୍ଣ ସେଠି,ସୁଶାନ୍ତ ସାମଲ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରୀ ମନଙ୍କୁ ନେଇ କିଛି ବୃକ୍ଷ ରୋପଣ କରିବା ସହ ଭବିଷ୍ୟତରେ ତାହାର ଯତ୍ନ ନେବାର ଶପଥ ନେଇ କାର୍ଯ୍ୟକ୍ରମଟିକୁ ସଫଳ

କରିଥିଲେ।

Leave a Reply

Your email address will not be published. Required fields are marked *