ଜାତୀୟ ପତାକାକୁ ଅବମାନନା ବାଥରୁମ ଲାଟିନ ସମ୍ମୁଖରେ ଉଡ଼ୁଛି ତ୍ରିରଙ୍ଗା।
ନିମାପଡ଼ା ( ) ଜାତୀୟ ପତାକାକୁ ଅବମାନନା। ବାଥରୁମ ଲାଟିନ ସମ୍ମୁଖରେ ଉଡ଼ୁଛି ତ୍ରିରଙ୍ଗା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡ଼ା ଏନ. ଏସି ଅନ୍ତର୍ଗତ ଗୁହାଳପଡାରେ। ଅଗଷ୍ଟ 15କୁ ଦଶଦିନ ବିତି ଗଲାଣି ହେଲେ ତ୍ରିରଙ୍ଗା ଉଡ଼ୁଛି ବାଥରୁମ ସମ୍ମୁଖରେ। ସୂଚନା ମୁତାବକ ଗୁହାଳପଡା ଠାରେ ସଂସ୍କାର ଟ୍ୟୁଟୋରିଆଲ କୋଚିଂ ସେଣ୍ଟର ଏବଂ ଜାଭିୟର ହୋଟେଲ ମ୍ୟାନେଜମେଣ୍ଟ ଅଫ ଇନଷ୍ଟିଚୁଟ ରହିଛି। ଉଭୟ ଶିକ୍ଷାନୁଷ୍ଠାନର ଛାତ ଉପରେ ଅଗଷ୍ଟ 15 ଯିବାର ଦଶ ଦିନ ପରେ ବି ତ୍ରିରଙ୍ଗା ପତାକା ଲାଗିଛି। କାହାର ଏ ଉପରେ ନଜର ନାହିଁ। ଯେଉଁଭଳି ଭାବରେ ଏକ ରଡ଼ ବାଉଁଶ କାଠିରେ ତ୍ରିରଙ୍ଗା ପତାକାକୁ ଲଗାଇଛନ୍ତି। ଏ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିବ। ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଏ ଦୁଇ ଶିକ୍ଷାନୁଷ୍ଠାନ ଏମିତି ଉଦବୁଦ୍ଧ ହୋଇ ଯାଇଛନ୍ତି ଯେ ଆଉ ତ୍ରିରଙ୍ଗାକୁ କାଢ଼ିବା ପାଇଁ ଚାହୁଁନାହାନ୍ତି ପଛେ ଜାତୀୟ ପତାକା ଅର୍ଦ୍ଧନିମିତ ଭାବରେ ଉଡ଼ୁ।

ସତେ ଯେମିତି ଛାତ ଉପରେ କୌଣସି ଠାକୁରଙ୍କ ବାନା ଉଡାଇଛନ୍ତି। ତେବେ ଜାତୀୟ ପତାକା ଉଡାଇବାର ନିୟମ ରହିଛି। ଅଗଷ୍ଟ 15 ଜାନୁଆରୀ 26 ଦିନ ସଂମାନର ସହ ଜାତୀୟ ସଙ୍ଗୀତ ଗାନ କରାଯାଇ ପତାକା ଉତ୍ତୋଳନ କରାଯିବା ସହ ସନ୍ଧ୍ୟା ପୂର୍ବରୁ ଏହାକୁ କଢ଼ା ଯାଇଥାଏ। ମାତ୍ର ଏ ଦୁଇ ଶିକ୍ଷାନୁଷ୍ଠାନର ଜାତୀୟ ପତାକା ପ୍ରତି ପ୍ରେମ ଭାବ ବୋଧେ ଟିକେ ଅଧିକା ହୋଇଯାଇଛି। ଯଦି ଶିକ୍ଷାନୁଷ୍ଠାନର ପରିଚାଳକ ଏପରି ଦାୟିତ୍ୱହୀନ କାର୍ଯ୍ୟ କରିବେ ତେବେ ପଢ଼ୁଥିବା ପିଲାମାନେ କଣ ଶିକ୍ଷା ପାଇବେ। ଶିକ୍ଷାନୁଷ୍ଠାନର ପରିଚାଳକଙ୍କ ସହ ଏଠାକୁ ପ୍ରତେକ ଦିନ ପିଲା ମାନଙ୍କୁ ପଢ଼ାଇଵା ପାଇଁ ଉଚ୍ଚ ଶିକ୍ଷିତ ସମ୍ପନ୍ନ ଅଧ୍ୟାପକ ଅଧ୍ୟାପିକା ମାନେ ଆସୁଛନ୍ତି ସେମାନଙ୍କର ବି ୟା ଉପରେ ନଜର ନାହିଁ। ଧନ୍ୟ ଏହି ଦୁଇ ଶିକ୍ଷାନୁଷ୍ଠାନକୁ। ତେବେ ଏଭଳି ଅସମାନିତ ଭାବରେ ଆଉ କେତେ ଦିନ ଉକ୍ତ ଦୁଇ ଶିକ୍ଷାନୁଷ୍ଠାନ ଜାତୀୟ ପତାକାକୁ ଉଡାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ପତାକା ଉତ୍ତୋଳନ ରୁଲ ଅନୁଯାଇ ସ୍ଥାନୀୟ ପ୍ରଶାସନ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।
