ବେଆଇନ ଘେରି ଉଚ୍ଛେଦ ନିମନ୍ତେ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ
ପୁରୀ- ତା.୦୩.୧୧.୨୦୨୧– ଚିଲିକାରେ ବେଆଇନ ଘେରି ଉଚ୍ଛେଦ ନିମନ୍ତେ ଟାସ୍କଫୋର୍ସ ବୈଠକ ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବେଆଇନ ଘେରି ଉଚ୍ଛେଦ ପ୍ରକ୍ରିୟାକୁ ତ୍ବରାନ୍ବତ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି । ବାରମ୍ବାର ବାରମ୍ବାର ଉଚ୍ଛେଦ ସତ୍ତ୍ବେ ପ୍ରଶାସନ ସହ ସହଯୋଗ କରୁନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବେଆଇନ ଭାବେ ବେନାମୀ ଚିଙ୍ଗୁଡି ଘେରି କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଅବଗତ କରିବାକୁ ଜିଲ୍ଲା ମତ୍ସ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, କୃଷ୍ଣପ୍ରସାଦ ତହସିଲଦାର ଶ୍ରୀ ଉଲ୍ଲାସ ଚନ୍ଦ୍ର ସେଠୀ, ବ୍ରହ୍ମଗିରି ତହସିଲଦାର ଶ୍ରୀ କାହ୍ନୁ ଚରଣ ଘଡେଇ,ସଦର ଏସଡିପିଓ ଶ୍ରୀ କିଶୋର ଚନ୍ଦ୍ର ମୁଣ୍ତ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଥାନାଧିକାରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
