ଭଦ୍ରକ ଗେଲପୁର ଅଞ୍ଚଳର ଦୃଷ୍ଟିହୀନ ଛାତ୍ରଙ୍କୁ ସହାୟତାର ହାତ ବଡାଇଲେ ସାମାଜିକ ସଂଗଠନ ବିପଦବନ୍ଧୁ
ଭଦ୍ରକ:- ଦୁଇ ଦିନ ପୂର୍ବରୁ ଏକ ଦୁଃଖଦପୂର୍ଣ୍ଣ ଆସି ପହଁଚିଲା ତିହିଡି ଅଞ୍ଚଳର ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନ ଭଦ୍ରକ ଜିଲ୍ଲା ଗେଲପୁର ପଞ୍ଚାୟତ ରାଜପୁର, ତିହିଡି ଅଞ୍ଚଳର କଳ୍ପତରୁ ଦାସ ଯେକି ଜଣେ ମେଧାବୀ ଛାତ୍ର ବି. ଜେ. ବି କଲେଜରେ ପ୍ରଥମ ବର୍ଷର ପାଠ ପଡୁଛନ୍ତି,ଏକ ଛୋଟ ଗରିବ ପରିବାର ଜନ୍ମରୁ ଆଖିଥାଇ ମଧ୍ୟ ଦୃଷ୍ଟିଶକ୍ତି ହରାଇଛନ୍ତି,ବାପା ଏକ ଛୋଟ ହୋଟେଲରେ ରହି ପରିବାର ପ୍ରତିପୋଷଣ କରନ୍ତି। ମା ମଧ୍ୟ ଦୃଷ୍ଟିଶକ୍ତି ହରାଇଛନ୍ତି। ଗୋଟିଏ ଛୋଟ ଭଉଣୀଙ୍କୁ ନେଇ ତାଙ୍କର ଏ ପରିବାର, ପରିବାରର ଆର୍ଥିକ ସ୍ଥିତି ଏତେ ସ୍ଵଛଳ ନଥିବାରୁ ତାଙ୍କ ପାଠପଡାରେ ବହୁ ପ୍ରତିବନ୍ଧକ ସୃଷ୍ଟି ହେଉଛି, ତାଙ୍କର ଆଡ଼ମିଶନ ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ଅଛି ବୋଲି ବର୍ତ୍ତମାନ ସେ ଗେଲପୁର ଛକ ନିକଟରେ ଏକ କ୍ୟାଣ୍ଡେଲ ଦୋକାନ ଖୋଲିଛନ୍ତି। ବିଭିନ୍ନ ପ୍ରକାରର ଗଣମାଧ୍ୟମ ଏବଂ ଖବରକାଗଜରେ ଖବର ପ୍ରକାଶ ପାଇଲା ପରେ ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନ ଆଲୋକର ପର୍ବ ଦୀପାବଳିଟିକୁ ଦୃଷ୍ଟିଶକ୍ତି ହରାଇଥିବା କଳ୍ପତରୁଙ୍କ ପରିବାର ସହିତ ପାଳନ କରିବାକୁ, ସଂଗଠନର ସଭାପତି କୈଳାଶ ସାହୁ ଏବଂ ସମ୍ପାଦକଙ୍କ ନିଷ୍ପତି କ୍ରମେ ଆଜି ଦିବା 4 ଘଟିକା ସମୟରେ ସଂଗଠନ ତରଫରୁ ଗେଲପୁର ଅଞ୍ଚଳର ଉକ୍ତ ଦୃଷ୍ଟିହୀନ ପରିବାର ନିମନ୍ତେ ଗୋଟେ ମାସର ତେଜରାତି ସାମଗ୍ରୀ ସହିତ, ଏକ ମଶାରୀ ଏବଂ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରାଗଲା, ସଂଗଠନର ଏହି ମହାନ ସେବା କାର୍ଯ୍ୟଟିକୁ ଆୟୋଜନ କରିଥିଲେ ଉପ ସଭାପତି ସୁଜିତ ସାହୁ,ଉପଦେଷ୍ଟା ରଞ୍ଜନ ଶୁକ୍ଳ, କୋଷାଧକ୍ଷ ରାଜେୟ ବାରିକ ମେଡିଆ ସଂଯୋଜକ ଲୋକନାଥ ପରିଡା, ତପନ ବାରିକ, ସ୍ୱପ୍ନା ନାୟକ, ରଜନୀ, ବୁଲୁ,ରଞ୍ଜନ, ବିଭୀଷଣ ପ୍ରମୁଖ ସମାଜସେବୀ ଦୃଷ୍ଟିହୀନ ପରିବାରକୁ ସହାୟତାର ଦାୟିତ୍ୱ ନେଇ କାର୍ଯ୍ୟ ସମାପନ କରିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
