ଜିଲ୍ଲାକୃଷି ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଓ ସାର ଘୋଟାଲା

ଆନନ୍ଦପୁର, ଆନନ୍ଦପୁର ଜିଲ୍ଲା କୃଷି ଅଧିକାରୀ ଭାବେ ଯୋଗଦାନ ଦେବାର ତିନିମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟ ରେ ଅଫିସର ଦେଖିବାକୁ ମିଳୁନାଁହାନ୍ତି। ଘଟଣାରୁ ଜଣାପଡେ ଆନନ୍ଦପୁର, ହାଟଡିହି, ଘସିପୁରାର ଅଧିକାଂଶ ଚାଷୀମାନେ ଚାଷ ଉପରେ ନିର୍ଭର କରୁଥିବାବେଳେ ଜିଲ୍ଲାକୃଷି ଅଧିକାରୀ ଜଣକ ମନ ଇଛା ଅଫିସ ଆସିବ ସହିତ ତାଙ୍କ ଜିଲ୍ଲା କାର୍ଯ୍ୟାଳୟର ଜନୋଜ କର୍ମଚାରୀଙ୍କୁ ପଚାରିବାରୁ ଗଣମାଧ୍ୟମ କୁ ସେ ସୂଚନା ଦେଇଥିଲେ କି ସାର ହାଟଡିହି ଯାଇଛନ୍ତି ଦିନ 12 ଘଟିକା ପରେ ଆସିବେ। ଗଣମାଧ୍ୟମ ପ୍ରତିନିଧି ମାନେ ବିଶେଷ ସୂତ୍ରରୁ ଖବର ପାଇଲେଯେ ଜିଲ୍ଲା କୃଷି ଅଧିକାରୀଙ୍କ ଘର ଆଗରପଡା ହୋଇଥିବାବେଳେ ସେ ହେଡ଼କ୍ୱାଟର ରେ ନ ରହି ଘରୁ ଅଫିସ ଯିବା ଆସିବ କରୁଥିବାବେଳେ ସଠିକ ସମୟରେ ଅଫିସ ରେ ନ ରହିବା, ତିନୋଟି ବ୍ଲକ ର ଅଧିକାଂଶ ଚାଷୀମାନେ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜାଣିବାପାଇଁ ଜିଲ୍ଲା କାର୍ଯ୍ୟାଳୟକୁ ଆସି ଜିଲ୍ଲା ଅଧିକାରୀଙ୍କୁ ନ ପାଇ ନିରାଶ ହୋଇ ଅଫିସ ରୁ ଫେରିଯାଉଛନ୍ତି। ଜିଲ୍ଲା କୃଷି ଅଧିକାରୀ ଫିଲଡ ବାହାନା ଦେଖାଇ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ଗଣମାଧ୍ୟମ ପ୍ରତିନିଧି କୃଷକ ମାନଙ୍କ ଅଭିଯୋଗ ପାଇ ଲଗାତାର ତିନିଦିନ ହେବ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ତାଙ୍କ ଭେଟ ନମିଳିବାରୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟରେ ସେ ଫୋନ ନ ଉଠାଇ ମୋବାଇଲ କୁ ସୁଇଚ ଅଫ ରଖିଥିଲେ ।ସୂଚନାରୁ ଜଣାପଡେ ଯେ ହାଟଡିହିର ଜନୋଜ ସାର ଦୋକାନ ସହିତ ମଧୁଚନ୍ଦିକା ଥିବାବେଳେ ଅର୍ଥଭିତିକ କାରବାରରେ ଲିପ୍ତ ଥିବା ଜଣାପଡିଛି ।ତେଣୁ ଶିଶିଟିଭି ଯାଞ୍ଚ କରିବା ସହିତ ଏହାର ଉପରସ୍ଥରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *