ଆନନ୍ଦପୁର କ୍ରୀଡା ସଂସଦ ଆନୁକୂଲ୍ୟରେ ଦ୍ଵିତୀୟ ଫୁଟବଲ ଟୁର୍ନାମେଣ୍ଟ ନେଭେମ୍ବର ୨୨ ରୁ ଆନନ୍ଦପୁର
ଆନନ୍ଦପୁର କ୍ରୀଡା ସଂସଦ ଆନୁକୂଲ୍ୟରେ ଦ୍ୱତୀୟ ଫୁଟବଲ ଟୁର୍ନାମେଣ୍ଟ ନଭେମ୍ବର ୨୨ ରେ ଅନୁଷ୍ଠିତ ହେବାକୁ ଯାଉଅଛି । କ୍ରୀଡା ସଂସଦର ସହ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଏବଂ ସହ ସମ୍ପାଦକ ରମେଶ ଚନ୍ଦ୍ର ସିଂହ ଏକ ପ୍ରେସ ମିଟ୍ ଜରିଆରେ ସୂଚନା ଦେଇଥିବାବେଳେ ଆନନ୍ଦପୁର ପୌରପରିଷଦ ଓ ଆନନ୍ଦପୁର ବ୍ଲକ୍ ର ସମସ୍ତ ପଞ୍ଚାୟତ ରେ ଥିବା ଫୁଟବଲ୍ ଟିମ୍ ଗୁଡିକ ଏଥିରେ ଭାଗ ନେଇପାରିବେ । ଏଣୁ ସମସ୍ତ ଫୁଟବଲ୍ ଟିମ୍ ଗୁଡିକୁ ଅନୁରୋଧ ଇବୁକ ଟିମ୍ ଗୁଡିକ ଯଥା ଶୀଘ୍ର ତଥା ତା ୧୨/୧୧/୨୧ ରିଖ ସୁଦ୍ଧା ଏଣ୍ଟ୍ରିଫିସ ₹୩୦୦ ଟଙ୍କା ଦେବାସହ ସମସ୍ତ ବିଷୟ ବୁଝିପାରିବେ । ବିଜେତା ଟିମ୍ କୁ ଟ୍ରଫି ସହ ୧୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଉପବିଜେତା ଙ୍କୁ ଟ୍ରଫି ସହ ୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ କ୍ରୀଡା ସଂସଦ ତରଫରୁ ଯୋଗାଯୋଗ କରିବା ନିମନ୍ତେ ଶ୍ରୀ ଅକ୍ଷୟ କୁମାର ମହାନ୍ତି – ୮୬୫୮୮୭୦୮୭୮ , ଓ ରମେଶ ଚନ୍ଦ୍ର ସିଂହ – ୯୯୩୭୬୨୦୬୧୨ ରେ ଯୋଗାଯୋଗ କରିବାପାଇଁ ପ୍ରେସମିଟ ରେ ଏହି ନମ୍ବର ଦୁଇଟି ରିଲିଜ଼ କରିଥିବାବେଳେ ସକାଳ ୧୦ ଘଟିକା ସମୟ ଠାରୁ ୧୨ ଘଟିକା ଓ ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ମଧ୍ୟରେ ଆନନ୍ଦପୁର ଷ୍ଟାଡିୟମ ଅଫିସ ଠାରେ ଆସି ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି ।
