କାମାକ୍ଷାନଗର NAC ରେ ଅନ୍ତର୍ଭୁକ୍ତ ନ ହେବା ପାଇଁ ଜିଲ୍ଲାପାଳଙ୍କୁ ଜିରିଡାମାଳି ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ
କାମାକ୍ଷାନଗର, ତା-୦୬.୧୧.୨୦୨୧ -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ଗ୍ରାମପଞ୍ଚାୟତ ଜିରିଡ଼ାମାଳି ଗ୍ରାମର କିଛି ଅଂଶ କୁ କାମାକ୍ଷାନଗର NAC ରେ ମିଶାଇବାକୁ ସରକାରୀ ସ୍ତରରେ ଯୋଜନା କରାଯାଉଛି। ଏହାକୁ ବିରୋଧ କରି ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କାମାକ୍ଷାନଗର ଠାରୁ ଜିରିଡାମାଳି ଦୂରତା ୨କିଲୋମିଟର ହୋଇଥିବାବେଳେ ଏହା ୩ଟି ୱାର୍ଡ଼ ର ଭୋଟର ସଂଖ୍ୟା ପ୍ରାୟ ୩୫୦୦ରୁ ଉର୍ଦ୍ଧ୍ବ ହେବ, ଏଣୁ ଏହାକୁ NAC ଅନ୍ତର୍ଭୁକ୍ତ ନ କରାଯାଇ ଜିରିଡାମାଳି କୁ ଏକ ସ୍ୱତନ୍ତ୍ର ପଞ୍ଚାୟତ କରିବାକୁ ଦାବି କରିଛନ୍ତି। ଯଦି ସରକାରୀ ସ୍ତରରେ ଏହାର ତୁରନ୍ତ ସମାଧାନ କରାନଯାଏ , ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି ଗ୍ରାମକମିଟି ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
