ନିଖୋଜ ଡ୍ର।ଇଭର ମୂର୍ତ୍ତ ଦେହ ଉଦ୍ଧାର

କାମାକ୍ଷାନଗର, ୬/୧୧:- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଦେଇ ଯାଇଥିବା ରେଙ୍ଗାଲି କେନାଲ ଭିତରୁ ମିଳିଲା କାର ସହ ନିଖୋଜ ଡ୍ରାଇଭର୍ ଙ୍କ ମୃତ ଦେହ । ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ଆଖୁଆପାଳ ଗ୍ରାମର ଅନନ୍ତ ସିଂ। ସେ ଗତ ୪ ତାରିଖ ରୁ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଆଜି ସକାଳୁ କୁଲେଇ ଦେଇ ଯାଇଥିବା ରେଙ୍ଗାଲି କେନାଲ ର ଜଳ ସ୍ତର କମିବା ପରେ ଏକ କାର୍ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଏନେଇ ପୋଲିସ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଓ ପରଜଙ୍ଗ ପୋଲିସ ମିଳିତ ଭାବେ କାର ଟି କୁ ପାଣି ଭିତରୁ ଉଦ୍ଧାର କରିବା ଥିବା ବେଳେ, କାର ଭିତରେ ଏକ ମୃତ ଦେହ ଥିବା ଦେଖିବାକୁ ପାଇଥିଲେ। ତେବେ ଏନେଇ ପୋଲିସ ନିଖୋଜ ଯୁବକ ଙ୍କ ପରିବାର ଲୋକଙ୍କୁ ଡାକି ମୃତ ଦେହ କୁ ଚିହ୍ନିଟ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛି। ତେବେ ଭାରସାମ୍ଯ ହରାଇ କାର ଟି କେନାଲ ଭିତରକୁ ପଶି ଯାଇଥିବା ପୋଲିସ ର ପ୍ରାରମ୍ଭିକ ତଦନ୍ତ ରୁ ଜଣା ପଡିଥିବା ବେଳେ,ଏ ନେଇ ଅଧିକ୍ ତଦନ୍ତ ଜାରି ରଖିଛି ପୋଲିସ ।ସେପଟେ ରେଙ୍ଗାଲି କେନାଲ ରେ ସୁରକ୍ଷା ବାଡ ନଥିବାରୁ ଏହି ଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *