ଭଦ୍ରକ ଜିଲ୍ଲା ଅନ୍ତ କ୍ଳବ ଦିବା ରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅଥଲେଟିକ ଆସୋସିଏସନ ତରଫରୁ ଅନ୍ତ କ୍ଳବ ଦିବା ରାତ୍ର ଭଲି ବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଓଲଙ୍ଗ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍ତ କ୍ଳବ ଟୁର୍ଣ୍ଣାମେଣ୍ଟ ଟିକୁ ଓଲଙ୍ଗ ଗ୍ରାମ ପଞ୍ଚାୟତ ଆୟୋଜନ କରିଛନ୍ତି। ଏହି ଦିବା ରାତ୍ର ଟୁର୍ଣ୍ଣା ମେଣ୍ଟ ରେ ଭଦ୍ରକ ଜିଲ୍ଲାର ୧୨ଟି କ୍ଳବ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ , ଜଗନ୍ନାଥ ସ୍ୱାଇଁ, ଭଦ୍ରକ ଜିଲ୍ଲା ଅଥଲେଟିକ ଆସୋସିଏସନ ର ସମ୍ପାଦକ ଧୀରେନ ପଳେଇ ,ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି , ପୂର୍ବତନ ସରପଞ୍ଚ ତଥା କ୍ରୀଡ଼ାବିତ ଯୁବ ସମାଜ ସେବୀ ଅକ୍ଷୟ ପ୍ରସାଦ ମହାନ୍ତି ଙ୍କ ସମେତ ଭଦ୍ରକ ଜିଲ୍ଲା ଅଥଲେଟିକ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆସୋସିଏସନ ପକ୍ଷରୁ ପୂର୍ବତନ ଖେଳାଳୀ ଙ୍କ ସହ ଅୟୋଜକ ଓଲଙ୍ଗ ପଂଚାୟତ ର ସରପଞ୍ଚ ଦେବୀଦତ୍ତା ମହାନ୍ତି ଓ କ୍ରୀଡ଼ାବିତ ତଥା ଯୁବ ସମାଜ ସେବୀ ଅକ୍ଷୟ ପ୍ରାସାଦ ମହାନ୍ତି ଙ୍କୁ ସଂମ୍ମାନୀତ କରାଯାଇଥିଲା ।ଶେଷରେ ପାଇନାଲ ମ୍ୟାଚ ରେ ମନ୍ଦରୀ ଓ ସୂର୍ଯ୍ୟସିଖା ମଧ୍ୟରେ କଡା ଟକ୍କର ରେ ମନ୍ଦରୀ ଟିମ ବିଜୟୀ ହୋଇଥିଲା , ମୁଖ୍ୟ ଅତିଥି ସଂଜୀବ ମଲ୍ଲିକ ଓ ଜଗନ୍ନାଥ ସ୍ୱାଇଁ ବିଜୟୀ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ ।ମ୍ୟାଚ ଟି କୁ ଦେଖି ଦର୍ଶକ ମାନେ ଭରପୁର ଆନନ୍ଦ ଉଠାଇଥିଲେ । ତେବେ ଅଗାମୀ ଦିନରେ ରାଜ୍ୟ ସ୍ତତୀୟ ଭଲି ବଲ ପ୍ରତିଯୋଗିତା ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ଧୀରେନ ପଲେଇ।

ରିପୋର୍ଟ- ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *