ମେଲାଣି ନେଲେ ମାଆ
ଦୁଇ ଦିନ ଧରି ପୂଜା ମଣ୍ଡପ ରେ ପୂଜା ପାଉଥିବା ମାଆ କାଳୀଙ୍କୁ ବିସର୍ଜନ କରାଯାଇଛି । ଚରମ୍ପା ର ୧୧ ଟି ପୂଜା ମଣ୍ଡପ ରେ ପୂଜା ପାଇ ଆସୁଥିଲେ ମାଆ। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପୂଜା ଆୟୋଜିତ ହୋଇଥିଲା। ୧୦ ଦିନ ଧରି ଚରମ୍ପା ଅଞ୍ଚଳରେ ପୂଜା ପାଇଥାନ୍ତି ମାଆ, କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ମାତ୍ର ଦୁଇଦିନ ପୂଜା ହୋଇଥିବା ବେଳେ ଆଜି ବିସର୍ଜନ ଦିଆଯାଇଛି। କୋଭିଡ କଟକଣା ମଧ୍ୟରେ ପୂଜା ହୋଇଥିବାରୁ, ମାଆ ଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ପୂଜା ପରି ବିସର୍ଜନ ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଛି। ଆଜି ରେଳବାଇ ର ଟ୍ରାଫିକ କାଳୀ ଓ ପି ଡବ୍ଲୁ ଆଇ କାଳୀ ଦୁଇଟି ମଣ୍ଡପ ଭସାଣୀ କରିଛନ୍ତି । ଆସନ୍ତା କାଲି ଆଉ ୯ ଗୋଟି ପୂଜା ମଣ୍ଡପ ଭସାଣୀ କରିବ । ଭଦ୍ରକ ପୌରପାଳିକା ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀ ରେ ମୂର୍ତ୍ତି ବିସର୍ଜନ କରାଯିବ । ଚଳିତ ବର୍ଷ ଅତି ଦୁଃଖର ସହକାରେ ମାଆ ଙ୍କୁ ମେଲାଣି ଦିଆଯାଇଥିବା ବେଳେ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି ଭଦ୍ରକ ଜ଼ିଲ୍ଲାବାସୀ ।
ରିପୋର୍ଟ- ପୁନିଲ କୁମାର ସାମନ୍ତ।
