ବାଲୁକା ଚିତ୍ର କଳା ମାଧ୍ୟମରେ କିଶୋରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ପ୍ରସିଦ୍ଧ କାଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ ହୋଇଛି। ହୃଦ୍ଘାତ ରେ ତାଙ୍କର ପରଲୋକ ହୋଇଛି। ତେବେ ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋର ଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର କଳା କରି କିଶୋର ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଲୁକା ଚିତ୍ରକଳା ଟି ବେଶ ହୃଦଉ ସ୍ପର୍ଶୀ ହୋଇଛି।କିଶୋର ରଥ ତାଙ୍କର ଶାଣିତ ବ୍ୟଙ୍ଗ ଚିତ୍ର ରେ ଅନେକ କିଛି ସମାଜ କୁ ଦିଗ ଦର୍ଶନ ହେଉକି ସରକାର ଙ୍କ ତ୍ରୁଟିପୂର୍ଣ ନୀତି ରେ ସେ ବାର୍ତା ଦେଉଥିଲେ। ବ୍ୟଙ୍ଗ ଚିତ୍ର ରେ ତାଙ୍କର ନିଆରା ଶୈଳୀ ଜନ ମାନସ ରେ ବେଶ ଆଦୃତ ହାସଲ କରିଥିଲା। ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *