ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା,ନର କଙ୍କାଳ ଉଦ୍ଧାର ଘଟଣା, ଦୁଇ ଗିରଫ।

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଖଜୁରୀପଲ୍ଲୀ ଗାଁ ନିକଟ କେଟାମଣି ପାହାଡ଼ ତଳୁ ଗତ 22 ତାରିଖରେ ଉଦ୍ଧାର ହୋଇଥିଲା ନରକଙ୍କାଳ।ସେହି ଘଟଣାର ଫର୍ଦଫାଶ କରିଛି ସୋରଡ଼ା ପୋଲିସ।ନର କଙ୍କାଳଟି ଟିକାବାଲି ଅଂଚଳର ଜଣେ ୧୬ ବର୍ଷୀୟ ନାବାଳିକାର ହୋଇଥିବା ପରିଚୟ ମିଳିବା ପରେ ତନାଘନା କରିଥିଲା ପୋଲିସ।ସୂଚନା ମୁତାବକ ଗତ ଫେବୃୟାରୀ ମାସ ୨୭ ତାରିଖରେ ଟିକାବାଲି ଗ୍ରାମର କାମାକ୍ଷା ମହାପାତ୍ରଙ୍କ ଝିଅ ରିନୁ ମହାପାତ୍ର(୧୬) ଟିଉସନକୁ ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ଝିଅର ବାପା ଟିକାବାଲି ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ।ତଦନ୍ତରୁ ଜଣାପଡିଛି ମୃତ ନାବାଳିକା ସହ ବିଜୟ କୁମାର ନାୟକଙ୍କ ପ୍ରେମ ସମ୍ପର୍କ ରହିଥିଲା।ନାବାଳିକାକୁ ପ୍ରଥମେ ବିବାହ ପ୍ରତିଶୃତି ଦେଇ ଅପହରଣ କରିଥିଲେ। ପରେ ଦୁଇ ଅଭିଯୁକ୍ତ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।ପ୍ରମାଣ ନଷ୍ଟ ପାଇଁ ପାହାଡ଼ ତଳକୁ ନେଇ ଫୋପାଡ଼ିବା ପରେ ମୃତ ଦେହ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ।ମୁଖ୍ୟ ଅଭିଯୁକ୍ତ ବିଜୟ କୁମାର ନାୟକ ହୋଇଥିବା ବେଳେ ସହଯୋଗୀ ସଂଜୀବ ସାହୁ ଉଭୟ ଟିକାବାଲି ଥାନା ଗୁଡାରି ଗାଁର ହୋଇଥିବା ଜଣାପଡିଛି।ସେମାନେ ବ୍ୟବହାର କରିଥିବା କାର, ଛୁରୀକୁ ଜବତ କରିଛି ପୋଲିସ।ଆଜି ଉଭୟ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆସ୍କା ଏସ ଡ଼ି ପି ଓ ସନ୍ତୋଷ କୁମାର ଜେନା।ଅନ୍ୟପଟେ ଅଭିଯୁକ୍ତଙ୍କ ଉପରେ କଠୋର ଦଣ୍ଡ ଦେବା ପାଇଁ ଝିଅର ବାପା ଦାବି କରିଛନ୍ତି।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *