ଆଇନ ସଚେତନତା ଶିବିର ।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ଅନୁଯାଇ ତା ୩୧.୮.୨୦୨୬ ରିଖରେ ଦିବା ୩ . ୩୦ ଘଟିକା ସମୟରେ ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ ଠାରେ POSH Act & ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି I ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର , ନ୍ୟାୟ ସଂଯୋଗ , ୧୫୧୦୦, ଏବଂ ସମୁଖ କାର୍ଜ୍ୟାଳୟ ବିଷୟରେ ଅବଗତ କରାଇବା

ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ଏବଂ ହିତାଧିକାରି ସେ ବିଷୟରେ ଆଲୋଚନା କରିଥିଲେ ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାୟୀ ଲୋକ ଅଦାଲତର ଅଧକ୍ଷ୍ୟା ସୁଶ୍ରୀ ପ୍ରତିମା ପଣ୍ଡା ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ବିଭିର୍ନ ସରକାରୀ ଆଇନ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଆଇନ ସହାୟତା ଓକିଲ ଶ୍ରୀଯୁକ୍ତ ସୁଧୀର କୁମାର ଘୋ
ଷ କର୍ମକ୍ଷତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପିଡନର ପ୍ରତିରୋଧ ଓ ପ୍ରତିକାର ଅଧିନିୟମ ସମ୍ପର୍କିତ ଆଲୋଚନା କରିଥିଲେ ଏବଂ ଏହା କିପରି ଜନସାଧାରଣ ମାନଙ୍କୁ ସଚେତନ କରାଇବା ସେ ବିଷୟରେ ପରାମର୍ଶ ଦେଇଥିଲେ। Dr ସ୍ମିତା ସାହୁ ,ଅଧକ୍ଷ୍ୟା , ସରକାରୀ ମହିଳା ମହାବିଦ୍ୟାଳୟ,ପୁରୀ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମରେ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
