ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ଙ୍କ ସମୀକ୍ଷା

ପୁରୀ ୨୬/୩ ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ଇକବାଲ ସିଂ ଲାଲପୁରା ଆଜି ପୁରୀ ଜିଲ୍ଲା ଗସ୍ତରେ ଆସି ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସହ ସର୍କିଟ ହାଉସ ଠାରେ ଆଲୋଚନା କରିଥିଲେ।ଅଧ୍ୟକ୍ଷ ଶ୍ରୀ ଲାଲପୁରା ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଭାରତ ବର୍ଷ ସର୍ବଧର୍ମ ସମନ୍ବୟ ର ପ୍ରତୀକ।ସବୁ ବର୍ଗର ସୁରକ୍ଷା, ସମ୍ମାନ ଓ ସହବସ୍ଥାନ ଜରୁରୀ ବୋଲି ଅଧ୍ୟକ୍ଷ କହିଥିଲେ।ଆମ ଦେଶର ଗଣତନ୍ତ୍ର ରେ ସଂଖ୍ୟାଲଘୁ ମଧ୍ୟ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ହୋଇଛନ୍ତି।ତେଣୁ ସମସ୍ତଙ୍କୁ ସମାନତା ଆମ ସମ୍ବିଧାନର ମହତ୍ତ୍ଵ।ଦେଶରେ ପ୍ରଣୟନ ଯୋଜନା ସମସ୍ତଙ୍କ ପାଇଁ।ଏପରିକି ସଂଖ୍ୟାଲଘୁ ଙ୍କ ପାଇଁ ଅତିରିକ୍ତ ଯୋଜନା ର ମଧ୍ୟ ବ୍ୟବସ୍ଥା ହୋଇଛି।ଏହାର ସୁବିଧା ସୁଯୋଗ ସେମାନେ ନେବା ସହ ପ୍ରଶାସନ ମଧ୍ୟ ସଂଖ୍ୟାଲଘୁ ଙ୍କ ପାଇଁ ଥିବା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସେମାନଙ୍କ ନିକଟରେ ଯୋଜନା ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ।ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇ ନିୟମିତ ଭାବେ ବୈଠକ ଆୟୋଜନ ସହ ଉପୁଜୁଥିବା ସମସ୍ୟା ର ସମାଧାନ,ଆବଶ୍ୟକତା ପୂରଣ ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ପ୍ରଶାସନ ଏଥି ପ୍ରତି ପଦକ୍ଷେପ ନେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାରେ ସଂଖ୍ୟାଲଘୁ ମାନଙ୍କ ସ୍ଥିତି,ସେମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବିଷୟରେ ଅବଗତ କରାଇବା ସହ ପ୍ରଶାସନ ସେମାନଙ୍କ ସହ ସବୁ ସମୟରେ ରହିଛି ବୋଲି କହିଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ଜିଲ୍ଲାରେ ଥିବା ସଂଖ୍ୟାଲଘୁ ମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *