ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ ଆନ୍ଦୋଳନ
ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପଞ୍ଜାବ ଚାଷୀ ଆନ୍ଦୋଳନ କରୁଥିବା ସମୟରେ ପଞ୍ଜାବ ସରକାର ଚାଷୀମାନଙ୍କୁ ଗିରଫ ର ପ୍ରତିବାଦ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ ଆନ୍ଦୋଳନବ୍ରହ୍ମପୁର – ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପଞ୍ଜାବ ର ଚାଷୀମାନେ ଆନ୍ଦୋଳନ କରିଥିଲା ବେଳେ ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ଚାଷୀ ମାନଙ୍କ ଉପରେ ଦମନ, ଜୁଲମ, ଗିରଫ ପ୍ରତିବାଦରେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ ଆନ୍ଦୋଳନ ।ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସ ଦମନ ବିରୋଧରେ ମାର୍ଚ୍ଚ ୨୮,୨୦୨୫ରେ ସମଗ୍ର ଭାରତର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ କରିବାକୁ କୃଷକମାନଙ୍କୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନ କରୁଛି । ଆମ୍ ଆଦମି ପାର୍ଟି ନେତୃତ୍ୱାଧୀନ ପଞ୍ଜାବ ରାଜ୍ୟ ସରକାର କର୍ପୋରେଟ୍ ଶକ୍ତି ଏବଂ କର୍ପୋରେଟ୍ ସମର୍ଥକ କେନ୍ଦ୍ର ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇଛି ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ଅଭିଯୋଗ କରିଛି। ପ୍ରସଙ୍ଗ ଭିତ୍ତିକ ଏକତା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନ ଦେଇଛି । ଦମନ ବିରୋଧରେ ଏକଜୁଟ ହେବାକୁ ଏବଂ ପ୍ରତିବାଦ କରିବାର ଅଧିକାରର ସୁରକ୍ଷା ପାଇଁ ସମସ୍ତ କୃଷକ ସଂଗଠନକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଅନୁରୋଧ କରୁଛି । “କୃଷି ବିପଣନ ଉପରେ ରାଷ୍ଟ୍ରୀୟ ନୀତି ରୂପରେଖା”(ଏନ୍. ପି.ଏଫ୍.ଏ.ଏମ୍) ବିରୋଧରେ ଏବଂ କୃଷକର ଉତ୍ପାଦିତ ଫସଲର ସି-୨ ଯୁକ୍ତ ତା’ର ୫୦% ହାରରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଓ କୃଷି ଋଣ ଛାଡସହ ଅନ୍ୟାନ୍ୟ ଦାବି ଗୁଡିକୁ ନେଇ ଦେଶବ୍ୟାପୀ କୃଷକମାନଙ୍କ ବିଶାଳ ବିକ୍ଷୋଭ-ଆନ୍ଦୋଳନ ଜାରି ରହିଛି । ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସର ଦମନ ବିରୋଧରେ ମାର୍ଚ୍ଚ ୨୮, ୨୦୨୫ରେ ସମଗ୍ର ଭାରତର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଯୁକ୍ତ କୃଷକ ମୋର୍ଚ୍ଚାର ଜାତୀୟ ସମନ୍ୱୟ ସମିତି ସମଗ୍ର ଭାରତର କୃଷକମାନଙ୍କୁ ଆହ୍ୱାନ ଦେଇଥିଲା ।ଭଗବନ୍ତ ସିଂ ମାନ୍ ଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜାବ ପୋଲିସ ଜଗଜିତ୍ ସିଂ ଦଲେୱାଲ ଏବଂ ଶ୍ରାବଣ ସିଂ ପାନ୍ଧେରଙ୍କ ସମେତ ୩୫୦ ଜଣ କୃଷକ ନେତା ଓ କର୍ମୀଙ୍କୁ ଗିରଫ କରି ଜେଲରେ ରଖିଥିଲା । ଖାନୌରୀ ଓ ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକମାନଙ୍କ ତମ୍ବୁ ଓ ମଞ୍ଚକୁ ପୋଲିସ ବୁଲଡୋଜର ଲଗାଇ ଭାଙ୍ଗି ଧ୍ଵଂସ କରିବା ସହ ଟ୍ରାକ୍ଟର,ଟ୍ରଲର, ଟ୍ରଲି ଓ ଅନ୍ୟାନ୍ୟ ଉପକରଣକୁ ଜୋରଜବରଦସ୍ତ ହଟାଇ ଥିବା ପ୍ରତିବାଦ ରେ ପ୍ରତିବାଦ ଆନ୍ଦୋଳନ । ଏହାର ପ୍ରତିବାଦ ରେ ବ୍ରହ୍ମପୁର ସହରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷ ରୁପ୍ରତିବାଦ ଆନ୍ଦୋଳନ ରେ ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲ୍ଲା ସଭାପତି ପି. ହରି କୃଷ୍ଣ ରେଡ୍ଡୀ,ଅଖିଳ ଭାରତ କୃଷକ ସଭାନେତା ନୀଳକଣ୍ଠ ଦାସ, କୈଳାଶ ଷଡ଼ଙ୍ଗୀ, ଗୋପାଳ କୃଷ୍ଣ ପାଣି ଗ୍ରାହୀ,ବାମଦେବ ନାହାକ,ସରପଞ୍ଚ ବୈରାଗୀ ବେହେରା,କୃଷକ ସଭା ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼,ବିଜୟ ବିଷୋୟୀ,ଲୋକ ନାଥ ରଥ ପ୍ରମୁଖ ଯୋଗ ଦାନ କରିଥିଲେ।
