କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସି ଚନ୍ଦ୍ରଭାଗା ରେ ବୃଦ୍ଧ ପର୍ଯ୍ୟଟକ ନିଖୋଜ
କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସି ଚନ୍ଦ୍ରଭାଗା ରେ ବୃଦ୍ଧ ପର୍ଯ୍ୟଟକ ନିଖୋଜ।
କୋଣାର୍କ:୧୦/୮- ସୋମବାର ପୂର୍ବାହ୍ନରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ବିହାର ରାଜ୍ୟର ସିୱାନ ଜିଲ୍ଲାର ଜମ୍ବ ବଜାର ଥାନା ଅଧିନ ଡୁମ୍ବୁରା ଗ୍ରାମ ମିଶ୍ରି ସାହୁ(୭୦) ନାମକ ଜଣେ ବୃଦ୍ଧ ପର୍ଯ୍ୟଟକ ନିଜ ଗ୍ରାମର ୬୫ଜଣ ସାଥି ମାନଙ୍କ ସହ ଏକ ବସ ନଂ-UP-35T-8448 ରେ ଓଡିଶା ବୁଲିବାକୁ ଆସି ପୁରୀ ବୁଲିସାରି ସୋମବାର ସକାଳ ୮ ଘଣ୍ଟିକାରେ କୋଣାର୍କ ଚନ୍ଦ୍ରଭଗାରେ ପ୍ରଥମେ ପହଁଛି ସୂର୍ଯ୍ୟ ପୂଜା କରି କିଛି ସମୟ ସେଠାରେ ବୁଲିବା ପରେ ପ୍ରାକୃତିକ ପରିବେଶକୁ ଦେଖି ସେ ବିମୋହିତ ହେବା ସହ ବୃଦ୍ଧ ମିଶ୍ରି କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ଥିବା ଜାଣି ସାଥୀ ମାନଙ୍କୁ ଜଣାଇ ଚାଲି ଚାଲି ଆଗରେ ଯାଉଛନ୍ତି ସୂର୍ଯ୍ୟମନ୍ଦିର ସମ୍ମୁଖରେ ଭେଟ ହେବା କହି ଚାଲି ଚାଲି ଯାଇଥିଲେ । ମାତ୍ର ସାଥୀ ପର୍ଯ୍ୟଟକ ମାନେ କିଛି ସମୟ ପରେ ବସରେ ଯିବା ବେଳେ ସାଥି ବୃଦ୍ଧଙ୍କୁ ନପାଇ କୋଣାର୍କ ସୂର୍ଯ୍ୟମନ୍ଦିର ସହ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ସତ୍ତ୍ୱେ ପାଇ ନଥିଲେ ଶେଷରେ ବାଧ୍ୟ ହୋଇ କୋଣାର୍କ ଥାନାରେ ସନ୍ଧ୍ୟାରେ ନିଖୋଜ ଥିବା ଲିଖିତ ଅଭିଯୋଗ ଦେଇଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଏ ପର୍ଯ୍ୟନ୍ତ ନିଖୋଜ ବୃଦ୍ଧ ପର୍ଯ୍ୟଟକଙ୍କ ପତା ମିଳିପାରି ନାହିଁ ବୋଲି କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢିହାରୀ ପ୍ରକାଶ କରିଛନ୍ତି । ସାଥି ପର୍ଯ୍ୟଟକ ମାନେ ବସ ସହ କୋଣାର୍କରେ ରହି ରାତି ତମାମ ନିଖୋଜ ବୃଦ୍ଧଙ୍କୁ ଖୋଜାଖୋଜି କରୁଛନ୍ତି।
