ମିନି ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା

କୋଣାର୍କ,୨୮.୦୩ କୋଣାର୍କ ବଜାରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଏଇଚର ମିନି ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ସୁଚନା ଅନୁଯାୟୀ କାକଟପୁର ଥାନା କେରେଣ୍ଡିଆପାଳ ଗ୍ରାମର ଲକ୍ଷ୍ମଣ ବେହେରା ନିଜ ବାଇକ ନଂ ଓଆର ୧୩ ଆର ୨୫୩୯ ରେ କୋଣାର୍କରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଏକ ଏଇଚର ମିନି ଟ୍ରକ ନଂ ଓଡି ୦୫ଏଲ୍ ୫୯୧୫ କୁ ମୁହାଁମୁଁହି ଧକ୍କା ଦେଇଥିଲେ। ଯାହା ଫଳରେ ତାଙ୍କର ଦୁର୍ଘଟଣାରେ ଡାହାଣ ଗୋଡ ଭାଙ୍ଗି ଯିବା ସହିତ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଆମ୍ବୁଲାନ୍ସ ଯୋଗେ ଗୋପ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଥମିକ ଚିକିତ୍ସା ପରେ ତାଙ୍କର ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। କୋଣାର୍କ ପୋଲିସ୍ ପହଞ୍ଚି ଦୁଇ ଗାଡି ଜବତ କରିବା ସହିତ ମିନି ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରାଯାଉଥିବା ଏଏସଆଇ ଅଜିତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *