ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକଷ୍ଟମୀ ରଥଯାତ୍ରା ସମନ୍ୱୟ କମିଟି ବୈଠକ l
ରଥ ଉପରେ ଶ୍ରଦ୍ଧାଲୁଙ୍କ ଦର୍ଶନ ଶୁଲଭ ନିମନ୍ତେ ଦିଅଙ୍କ ଆଗରେ କେହି ରହିବେ ନାହିଁ, ବିଶୃଙ୍ଖଳାରୁ ନିବୃତ ରହି ପ୍ରଭୁଙ୍କ ରଥଟଣା ସମ୍ପନ୍ନ କରନ୍ତୁ,ସୂଚାରୁ ରୂପେ ଠିକ ସମୟରେ ରଥ ଗଡିବ, ଭୁବନେଶ୍ୱର ତା 28.03.2024ରିଖ l ଆଜି ସନ୍ଧ୍ୟା 6ଘଟିକା ସମୟରେ ସୁତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ 2025 ଅଶୋକଷ୍ଟମୀ ରଥଯାତ୍ରାର ସୁ ପରିଚାଲନା ନିମନ୍ତେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଆଇଅଛି l ବୈଠକରେ ମାନ୍ୟବର ବିଧୟାକ, ଭୁବନେଶ୍ୱର ଏକାମ୍ର ଶ୍ରୀଯୁକ୍ତ ବାବୁ ସିଂହ, ଭୁବନେଶ୍ୱର ମହାନଗର ନିଗମ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ସେବାୟତ, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପlଅର୍ଟମେଣ୍ଟ ଅଧିକାରୀ, ସିଭିଲ ଡିଫେନ୍ସ, ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତା ମାନଙ୍କ ସହ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ନିମିତ୍ତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ଜିଲ୍ଲାପାଳ ଶ୍ରୀ ରା଼ଣା ସମସ୍ତ ଙ୍କ ସହଯୋଗ କାମନା କରିବାସହ ଚଳିତ ବର୍ଷ ରଥଯାତ୍ରାରେ ସମସ୍ତେ ନିଜନିଜ ଦାୟିତ୍ୱ ନିଷ୍ଠାପର ଭାବେ ସମ୍ପାଦନ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରାରେ 22ଲକ୍ଷ ଖର୍ଚ ଆକଳନ କରାଯାଇଛି l ମହାପ୍ରଭୁଙ୍କ ରଥ ଦଉଡି ଓଡିଶା କତା ସମବାୟ ସମିତି ଠାରୁ କ୍ରୟ କରିବାକୁ ନିଷ୍ପତି ନିଆଯାଇଛି l ବୈଠକରେ ମାନ୍ୟବର ବିଧlୟକ ଶ୍ରୀଯୁକ୍ତ ସିଂହ ରଥଯାତ୍ରl ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଏହା ଏକ ପ୍ରମୁଖ ପର୍ବ ବୋଲି ଅଭିବ୍ୟକ୍ତ କରିବାସହ ଭାଇଚାରl ବଜାୟ ରଖି ବିଶୃଙ୍ଖଳାକୁ ପ୍ରଶୟ ନଦେଇ ଆନଦ ଉଲ୍ଲlସ ରେ ବାହୁଡା ଯାତ୍ରା ସମ୍ପନ୍ନ ପର୍ଯ୍ୟନ୍ତ ସମସ୍ତେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେl ସେହିପରି ମାନନୀୟା ମେୟର ଶ୍ରୀମତୀ ଦାସ ରଥଯାତ୍ରା ର ସମସ୍ତ ରୀତିନୀତି ଠିକ ସମୟରେ ସମ୍ପାଦନ କରି ରଥ ଗଡିବା ଉପରେ ବକ୍ତବ୍ୟ ଦେବାସହ ବିଭାଗୀୟ ସମସ୍ତ ସହଯୋଗ ପ୍ରଦାନ କରିବାକୁ ପ୍ରକାଢ଼ କରିଥିଲେ l ସର୍ବସମତି କ୍ରମେ ରଥାରୁଢ଼ମହାପ୍ରଭୁଙ୍କ ସୁଲଭ ଦର୍ଶନ ନିମନ୍ତେ ଦିଅଙ୍କ ଆଗରେ କେହି ନ ରହିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l ଏଥିସହ5ତାରିଖ ରଥଯାତ୍ରା ଏବଂ 9ତାରିଖ ବାହୁଡା ଯାତ୍ରାର ବିଭିନ୍ନ ନୀତିକାନ୍ତି ଉପରେ ଆଲୋଚନା କରାଯାଇ, ପ୍ରତ୍ନ ତତ୍ତ୍ୱ, ଭୁବନେଶ୍ୱର ମହାହାନଗର ନିଗମ, ୱାଟକୋ, ରାସ୍ତା ଓ କଥାବାଦୀ ବିଭାଗ, ଟିପିସିଓଡ଼ିଏଲ, ଦମକଳ ବିଭାଗ, ଶାନ୍ତି ଶୃଙ୍କଳା ରକ୍ଷା ଓ ଆରକ୍ଷୀ ବ୍ୟବସ୍ଥା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଏସ ଟି ଜନ୍ସ ଆମ୍ବୁଲାନସ, ମୋ ବସ ସେବା, ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କତୃପକ୍ଷ ସେବା ଏବଂ ବିଭିନ୍ନ ଅତ୍ୟା ବଶ୍ୟକ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଦାନ୍ୟବାଦ ପ୍ରଦାନ ପୂର୍ବକ ରଥଯାତ୍ରାରେ ଯେଭଳି ଶାନ୍ତି, ଶୃଙ୍ଖଳା ସହ ସମାପନ ହେବ ସେଥିପାଇଁ ପାଇଁ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ l
