କୃଷକ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ବରଦାନ ସାଜିଛି କୃଷି ବିଦ୍ୟାନିଧି ଯୋଜନା

*

• ଚଳିତ ଶିକ୍ଷାବର୍ଷରେ ୫୩ କୋଟି ୫୭ ଲକ୍ଷ ୯୪ ହଜାର ୪୦୫ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ
• ଚଳିତ ବର୍ଷ ୧୩୯୨୩ ଜଣ ଛାତ୍ରଛାତ୍ରୀ ଉପକୃତ
• ଡାକ୍ତରୀ ଶିକ୍ଷାରେ ୫୯୨, ଇଞ୍ଜିନିୟରିଂ ଶିକ୍ଷାରେ ୪୫୯୨
• ଏନଆଇଟି ଓ ଆଇଆଇଏମ୍ ରେ ୫୫ ଜଣ ଛାତ୍ରଛାତ୍ରୀ
• କୃଷି ଓ ଆନୁଷଙ୍ଗିକ ପାଠ୍ୟକ୍ରମରେ ୧୭୪ ଜଣ ଛାତ୍ରଛାତ୍ରୀ*

ଭୁବନେଶ୍ବର : ୨୮/୦୩/୨୦୨୫

ଓଡ଼ିଶା ସରକାର ସର୍ବଦା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି l କେବଳ କୃଷକ ନୁହଁନ୍ତି, ସେମାନଙ୍କ ପୁଅଝିଅଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇଆସିଛନ୍ତି l
ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ସିଏମ କିସାନ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ lଏହି ଯୋଜନା ଅଧୀନରେ ରାଜ୍ୟର ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛିଏବଂ ସେମାନଙ୍କ ପୁଅ ଝିଅଙ୍କ ଉଚ୍ଚଶିକ୍ଷା ପାଇଁ ମଧ୍ୟ ସରକାର ଅତ୍ୟନ୍ତ କଲ୍ୟାଣକାରୀ “କୃଷି ବିଦ୍ୟା ନିଧି” ଯୋଜନା ପ୍ରଣୟନ କରିଛନ୍ତି l ଏହି ଯୋଜନା ଅନ୍ତର୍ଗତବୈଷୟିକ ଓ ବୃତ୍ତିଗତ ବିଷୟରେ ଉଚ୍ଚଶିକ୍ଷା ପାଇଁ ସିଏମ୍ କିସାନ ହିତାଧିକାରୀ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଭାଇ ଭଉଣୀଙ୍କ ପୁଅ ଝିଅଙ୍କୁ ବାର୍ଷିକ ଟ୍ୟୁସନ ଫିସ୍ ବା ପଢା ଖର୍ଚ୍ଚ ଓଡ଼ିଶା ସରକାରଙ୍କ କୃଷି ବିଭାଗ ତରଫରୁ ଯୋଗାଇ ଦିଆଯାଉଛି l କେବଳ ପଢା ଖର୍ଚ୍ଚ ନୁହେଁ ହଷ୍ଟେଲ ଖର୍ଚ୍ଚ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ l ଏହି ଯୋଜନା ଅନୁଯାୟୀ ସରକାରୀ, ବେସରକାରୀ ତଥା ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ମାନଙ୍କରେ ଡାକ୍ତରୀ, ଇଞ୍ଜିନିୟରିଂ, ନର୍ସିଂ, ଡିପ୍ଲୋମା ଇଞ୍ଜିନିୟରିଂ, ବିବିଏ, ବିସିଏ ଭଳି ବୃତ୍ତିଗତ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି l

ସରକାରୀ ଅନୁଷ୍ଠାନ ପାଇଁ ପ୍ରକୃତ ଫିସ୍ କୁ ଛାତ୍ରବୃତ୍ତି ଆକାରରେ ଦିଅଯାଉଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନ ପିନ ସର୍ବାଧିକ ବାର୍ଷିକ ରାଶି ସ୍ଥିର କରାଯାଇଛି ଯେପରିକି, ବି ଟେକ୍ ଇଞ୍ଜିନିୟରିଂ ପାଇଁ ବାର୍ଷିକ ୬୦ ହଜାର ଟଙ୍କା, ଏମ୍ ଟେକ୍ ଇଞ୍ଜିନିୟରିଂ ପାଇଁ ବାର୍ଷିକ ୬୬ ହଜାର ଟଙ୍କା, ଏମବିଏ ପାଠ୍ୟକ୍ରମ ପାଇଁ ୬୫ ହଜାର ଟଙ୍କା, ୪ ରୁ ୫ ବର୍ଷିଆ ଡାକ୍ତରୀ ଶିକ୍ଷା ନିମନ୍ତେ ବାର୍ଷିକ ୩୭,୯୫୦ ଟଙ୍କା ସ୍କଲାରସିପ୍ , ୪ ବର୍ଷିଆ ବି ଫାର୍ମ ନିମନ୍ତେ ବାର୍ଷିକ ୩୫ ହଜାର ଟଙ୍କା, ନର୍ସିଂ ଶିକ୍ଷା ପାଇଁ ୧୯ ହଜାର ୪୫୦ ଟଙ୍କା, ଦୁଇ ବର୍ଷିଆ ଡାକ୍ତରୀ ଶିକ୍ଷାରେ ସ୍ନାତକ ପାଇଁ ବାର୍ଷିକ ୫୮ ହଜାର ଟଙ୍କା, ଆର୍କିଟେକ୍ଟ ପାଠ୍ୟକ୍ରମ ପାଇଁ ୬୦ ହଜାର ଟଙ୍କାଇତ୍ୟାଦି ପ୍ରଦାନ କରାଯାଉଛି l ପାଠ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଜଣେ ଶିକ୍ଷାର୍ଥୀ ଏହାର ସୁବିଧା ପାଉଛନ୍ତି I
ଚଳିତ ବର୍ଷ କୃଷି ବିଦ୍ୟାନିଧି ଯୋଜନାରେ ସମୁଦାୟ ୧୩୯୨୩ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବାବେଳେ ଏଥିରେ ୫୯୨ ଜଣ ମେଡିକାଲ, ୪୫୯୨ ଜଣ ଇଞ୍ଜିନିୟରିଂ, ୪୫୭୪ ଜଣ ପଲିଟେକନିକ, ୧୪୧୭ ଜଣ ନର୍ସିଙ୍ଗ, ୫୧୦ ଜଣ ଏମ.ସି.ଏ, ୧୭୪ ଜଣ କୃଷି ଓ ଆନୁସଙ୍ଗିକ ଶିକ୍ଷାର୍ଥୀ ସାମିଲ୍ ଅଛନ୍ତି I ଏଥି ମଧ୍ୟରୁ ୫୫ ଜଣ NIT ଓ IIM ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଟନ୍ତି I ଏଥି ନିମନ୍ତେ ରାଜ୍ୟ ସରକାର ଚଳିତବର୍ଷ ୫୩,୫୭,୯୪,୪୦୫ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି I ଏହି ଛାତ୍ରବୃତ୍ତି ରାଶି ଛାତ୍ରଛାତ୍ରୀଙ୍କ ଆଧାର ସଂଯୋଜିତ ବ୍ଯାଙ୍କ ଆକାଉଣ୍ଟକୁ ସିଧା ସଳଖ ପ୍ରଦାନ କରାଯାଉଛି l ଏହା ସେମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସଫଳ ନାଗରିକ ଭାବେ ଗଢିବାରେ ସହାୟକ ହେବ।

ସୁଶ୍ରୀ ସଙ୍ଗୀତା ମହାରଣା
ଲୋକସମ୍ପର୍କ ଅଧିକାରୀ
(କୃଷି ଓ କୃଷକ ସଶକ୍ତିକରଣ ବିଭାଗ)

Leave a Reply

Your email address will not be published. Required fields are marked *