ଟିକାବାଲି ରେ ବହୁ ଚର୍ଚ୍ଚିତ ରିନୁ ମହାପାତ୍ର ଓ ପବିତ୍ର ପ୍ରଧାନ ହତ୍ୟା କାରୀଙ୍କୁ ଫାଶୀ ଓ ଗିରଫ ଦାବିରେ ବିଶାଳ ଗଣସମାବେଶ ।

ଫୁଲବାଣୀ , କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିକାବାଲି ପଂଚାୟତ ଅନ୍ତର୍ଗତ ପଞ୍ଚବର ସାହିର ସ୍ବର୍ଗତ ରିନୁ ମହାପାତ୍ର ଙ୍କୁ ଗଣ ଧର୍ଷଣ ପରେ ଅତି ନିର୍ମମ ଭାବରେ ହତ୍ୟାକରିଥିବା ଚାରି ଜଣ ଆସାମୀ ଙ୍କୁ ଫାଶୀ ଓ ବଡ଼ିମୁଣ୍ଡା ର ପବିତ୍ର ପ୍ରଧାନଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଥିବା ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକର ହଜାର ହଜାର ମହିଳା ପୁରୁଷ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଦୃଷ୍ଟିଆକର୍ଷଣ କରିଥିବା ଦେଖିବାକୁ ମିଳିଛି l କଲବଲ କରି ଜୀବନ ନେଇଥିବl ଆସାମୀମାନଙ୍କୁ ଫାଶୀ ଦେବା ଦାବିରେ ନାରାବାଜି ଦେଇ ଟିକାବାଲି ଅଞ୍ଚଳକୁ ହଲଚଲ ସୃଷ୍ଟି କରିଛନ୍ତି ଆନ୍ଦୋଳନ କାରି। ମୃତ୍ୟୁ ଦ୍ୱୟ ପରିବାର ଙ୍କୁ ପଚାଶ ଲକ୍ଷ ଟଙ୍କା ସହାୟତା ଓ ହାତ୍ୟକାରୀ ଙ୍କୁ ଫାଶୀ, ପୋଲିସ ପକ୍ଷରୁ କଡା ପେଟ୍ରୋଲିଙ୍ଗ ଏବଂ ପ୍ରତ୍ୟେକ ଛକ ମାନଙ୍କରେ ସିସି କ୍ୟାମେରା ,ଛକ ମାନଙ୍କରେ ପୋଲିସ ମୃତାୟନ, କରି ଅଞ୍ଚଳକୁ ସୁରକ୍ଷିତ ରଖିବା ପରି ପ୍ରମୁଖ ଦାବୀ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଜ଼ିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି l

ଏ ଦାବିପୂରଣ ପ୍ରତି ପ୍ରଶାସନ ଅଣ ଦେଖା କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିକ୍ଷୋଭ କାରି ଚେତାବନୀ ଦେଇଛନ୍ତି l ଆଜିର ରାଲିରେ ସରପଞ୍ଚ ସାଳିମା ପ୍ରଧାନ, ରୁନିତା କହଁର, କୁନ୍ଦରୁ ମଳିକ, ବଦନ ପ୍ରଧାନ, ନାରୀ ସୁରକ୍ଷା ମହିଳା ମହାସଂଘ ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ର ଆବାହକ କ୍ରିଷ୍ଣା ଚନ୍ଦ୍ର ଦି, (ବୁଲୁ )ନାରି ସଭାନେତ୍ରୀ ଅପସରି ଦିଗାଲ, ଜ଼ିଲ୍ଲା ସମ୍ପାଦିକା ରତ୍ନାବତି ବେହେରା,ଟିକାବାଲି ସାଖାର ସମ୍ପାଦିକା ଜିନିମା ମଳିକ, ଙ୍କ ସମେତ ତନୁଜ କୁମାର ଭୋଇ, ଲିଙ୍ଗରାଜ ନାୟକ, ରମାପଣ୍ଡା, ବୁଲୁ ପ୍ରଧାନ ,ବିପ୍ଲବୀ ସଂଜୀବ ଦିଗାଲ, ପୁର୍ଣ ଚନ୍ଦ୍ର ଦିଗାଲ, ଜ୍ୟାତି ରଞ୍ଜନ ମହାପାତ୍ର, ରୁଦ୍ର ପ୍ରସାଦ, ବାନାମ୍ବର ମୁଖି, ଙ୍କ ପରି ବିଶିଷ୍ଠ ସମାଜପ୍ରେମୀ ଯୋଗଦାନ ଦେଇ ଟିକାବାଲି ଥାନା ସମ୍ମୁଖ, ଏବଂ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ସ୍ମାରକପତ୍ର ଦେଇ ଗଣ ଧାରଣା ଦେଇଥିଲେ l ଉପସ୍ଥିତ ସମସ୍ତେ ଗଣ ବିକ୍ଷୋଭ ର ମୂଲ୍ୟ ବୁଝିଛନ୍ତି ବୋଲି ଆବାହକ ମହୋଦୟ ବୁଲୁ ବାବୁ ମା ଭଉଣୀ ଓ ବାପା ଭାଇ ମାନଙ୍କୁ କୋଟି କୋଟି ପ୍ରଂଶସା କରିଥିବା ଜଣାଯାଇଅଛି l ଆଜିର କାର୍ଯ୍ୟକ୍ରମ ରେ ସମସ୍ତ ଭାଇ, ଭଉଣୀ ମାଆ, ବାପା ଏବଂ ସମସ୍ତ ମାନ୍ୟଗନ୍ୟ ସ୍ବେଛାସେବୀଅନୁଷ୍ଠାନ, ବଡ଼ି ମୁଣ୍ଡା,ଟିପାରିଗାଁ, ଟିକାବାଲି, ଟ୍ରାକ୍ଟର ମାଲିକ ସଂଘ, କଳାକାର ମହାସଂଘ, ଜୀବିକା ସୁରକ୍ଷା ମଞ୍ଚ, ବଣିକ ସଂଘ ଏହିପରି ଅନେକ ଅନୁଷ୍ଠାନ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *