ଷଷ୍ଠ ଆରମ୍ଭ ମହୋତ୍ସବ ର ଉଦଯାପନୀ ଦିବସ
ଆଜି ତା 28.୦୩.୨୦୨୫ ରିଖ ଶୁକ୍ରବାର ଦିନ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଷଷ୍ଠ ଆରମ୍ଭ ମହୋତ୍ସବ ର ଉଦଯାପନୀ ଦିବସ ରେ ଉଦ୍ଘାଟକ ଭାବେ ପୁରୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଉତ୍ସବ ରେ ମୁଖ୍ୟ ଅତିଥି ପୁରୀ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ତରେଇ ଓ ଅତିଥି ରୂପେ ବରିଷ୍ଠ ସେବାୟତ ଭଗବାନ ମହାସୁଆର,ନିଶାନ୍ତ ସାହୁ,ଦେବାଶିଷ ମହାନ୍ତି,ସମୀର ଲେଙ୍କା, ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ lଗତ ୨୬ ତାରିଖରେ ହେଇଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ର ପ୍ରତିଯୋଗୀ ମାନକୁଁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରରଣ କରାଯାଇଥିଲା। ଆରମ୍ଭ ସଂସ୍କୃତି ସମ୍ମାନ ରେ ବିପିନ୍ ବାରିକ୍,ଆରମ୍ଭ ସମାଜସେବୀ ସମ୍ମାନ ବର୍ଷା ହାଲଦର୍, ଆରମ୍ଭ ଯୁଭ ପ୍ରତିଭା ସମ୍ମାନ ରୂପେ ଜ୍ଞାନରଞ୍ଜନ ମହାନ୍ତି, ସମ୍ମାନିତ ହୋଇଥିଲେ। ଓଡ଼ିଶା ଭାଷା ସାହିତ୍ୟ ଓଡ଼ିଶା ସରକାର ଙ୍କ ଦ୍ଵାରା ସଙ୍ଗିତମ୍, ସମୃଦ୍ଧି ଡାନ୍ସ ଏକାଡେମୀ, ମିର୍ତିଷ୍ଣା ଦାସ ଓ ସ୍ୱଷ୍ଟିକା ମଝି ଙ୍କ ଦ୍ଵାରା ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା ସମ୍ବଲପୁରୀ,ଓଡ଼ିଶୀ ନୁତ୍ୟ ପରିବେଷଣ କରାଯାଇଥିଲା ଏବଂ ଶେଷରେ ଆରମ୍ଭ ପରିବାର ଓ L shine ର କଳାକାର ମାନ କ ଦ୍ଵାରା ପଶ୍ଚିମଓଡିଶା ନୃତ୍ୟ ରସ ଜମୁ ଡାଲେ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର, ଉପସଭାପତି ସମୀର ସତପଥୀ,ସମ୍ପାଦକ ଦେବାଶିଷ ସିଂ, ସୌମ୍ୟ ରଂଜନ ମିଶ୍ର,ସୁଜିତ୍ କୁମାର ରାଉତରାୟ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଆଶୁତୋଷ ପଟ୍ଟନାୟକ,ରାକେଶ କୁମାର ଜେନା, ଗଣେଶ୍ୱର ଦାସ, ପ୍ରଣୟ ରଣସିଂହ,ପ୍ରଭୁପାଦ ମହାପାତ୍ର,ରବୀନ୍ଦ୍ର ଆଚାର୍ଯ୍ୟ,ଜ୍ୟୋତି ରଞ୍ଜନ ଲେଙ୍କା ଓ ଅନ୍ୟ ସଦ୍ୟସ୍ୟ ମାନେ ଉପସ୍ଥିତ ରହିଥିଲେ। ଶେଷରେ ଓଲିଉଡ ର ବହୁ ଚର୍ଚ୍ଚିତ ଗାୟକ କୁଲଦୀପ୍ ପଟ୍ଟନାୟକ ଙ୍କ ଦ୍ଵାରା ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସୁନାମଧନ୍ୟ ଉଦ୍ଘୋଷକ ପୀୟୂଷ ପଟ୍ଟନାୟକ ଏବଂ ଶ୍ୟାମପ୍ରକାଶ ସେନାପଟା ସଞ୍ଚାଳନ କରିଥିଲେ
