ଗାନ୍ଧୀ ସ୍ମୃତି ପୀଠ ବେରବୋଇ ଠାରେଗାନ୍ଧୀ ଫଟୋ ଚିତ୍ର ପ୍ରଦର୍ଶନୀ

ପୁରୀ ୩୦/୩ ଜାତିର ଜନକ ମହାତ୍ମାଗାନ୍ଧୀ ୧୯୩୮ ମସିହାରେ ଡେଲାଙ୍ଗ ବ୍ଲକ ବେରବୋଇ ଠାରେ ମାର୍ଚ୍ଚ ୨୫ ରୁ ୩୧ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ କରିଥିଲେ।ସେହି ସ୍ମୃତି କୁ ଉଦଜୀବିତ କରି ପ୍ରତି ବର୍ଷ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ବେରବୋଇ ଗାନ୍ଧୀ ସ୍ମୃତି ପୀଠ ଠାରେ ଗାନ୍ଧୀ ସେବା ସଂଘ ସ୍ମାରକୀ ସମାରୋହ ପାଳିତ ହୋଇଥାଏ।ଆଜି ପୂର୍ବାହ୍ନରେ ଏହି ସମାରୋହ କୁ ବିଶିଷ୍ଟ ଗାନ୍ଧୀବାଦି ପ୍ରହଲ୍ଲାଦ କୁମାର ସିଂ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ।ସମିତି ର ସଭାପତି କୁନ୍ତଳା କୁମାରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ସ୍ତମ୍ଭକାର ତଥା ଲେଖକ ଗୌରାଙ୍ଗ ଚରଣ ପରିଡା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।ଗାନ୍ଧୀଙ୍କ ଜୀବନୀ,ଆଦର୍ଶ ଓ କର୍ମ ପ୍ରବଣତା ଚିର ଅମର।ଯୁଗ ପରେ ଯୁଗ ଏହା ମାନବ ଜାତିକୁ ପ୍ରେରଣା ଦେଉଥିବ ବୋଲି ଅତିଥି ମାନେ ମତ ଦେଇଥିଲେ।ଗାନ୍ଧୀ ସ୍ମୃତି ପୀଠ ର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ କରିବାର ବ୍ୟବସ୍ଥା କରାଯାଉଛି ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।ଅତିଥି ମାନେ ଗୌରାଙ୍ଗ ପରିଡାଙ୍କ ରଚିତ ପୁସ୍ତକ ଗାନ୍ଧୀ ଗପ ଶତକ କୁ ଉନ୍ମୋଚନ କରିଥିଲେ।

ପ୍ରାରମ୍ଭରେ ସମିତିର ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ବାଳ ସମସ୍ତଙ୍କୁ ସ୍ବାଗତ କରିବା ସହ ପ୍ରାରମ୍ଭିକ ସୂଚନା ଓ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।ଶେଷରେ ସଦସ୍ୟ ଶଶାଙ୍କ ଚୁଡାମଣି ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରୃ ମାଲ୍ଯାର୍ପଣ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗାନ୍ଧୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା।ଖଦି ବସ୍ତ୍ର ପ୍ରଦର୍ଶନ ସହ ବିକ୍ରୟ ଓ ଗୌରାଙ୍ଗ ପରିଡାଙ୍କ ଗାନ୍ଧୀଙ୍କ ଉପରେ ପ୍ରକାଶିତ ପୁସ୍ତକ ପ୍ରଦର୍ଶନ କରା ଯାଇଥିଲା।ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ବ୍ୟକ୍ତି,ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ କବିତା ପାଠୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ସର୍ବେଶ୍ବର ବରେଇ,ସନ୍ତୋଷ ବିଶ୍ବାଳ,ଭାଗିରଥି ପରିଡା, ଅମରେନ୍ଦ୍ର ବାରିକ,ଅଭୟ ଚରଣ ସାହୁ,ଅନାମ ମଲ୍ଲିକ, ଦ୍ବିତୀ କୃଷ୍ଣ ରାଉତରାୟ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *