ସୁନା ଅଳଙ୍କାର ସହ ଆସାମୀଙ୍କୁ ଗିରଫ କରି ପ୍ରେସ ମିଟ ମାଧ୍ୟ୍ୟମରେ ସୂଚନା ଦେଲେ ଉପଖଣ୍ଡ ଆରକ୍ଷୀ ଅଧିକାରୀ
ଆନନ୍ଦପୁର ଉପଖଣ୍ଡ ଫକୀରପୁର ଠାରେ ଦିନ ଦ୍ୱି ପହରରେ ଜଣେ ଚତୁର୍ଥ ଶ୍ରେଣୀ ସିଟି ସ୍କୁଲ ର କର୍ମଚାରୀ ପ୍ରଫୁଲ୍ଲ କୁମାର ନାଥ ନିଜ ଘରେ ନଥିବା ସମୟରେ କିଛି ଦୁର୍ବୁତ୍ତ ବନ୍ଧୁକ ମୁନରେ ପଶି ୫ ଭରି ସୁନା ଅଳଙ୍କାର ଲୁଟି ନେବାର ଲିଖିତ ଅଭିଯୋଗ ଆନନ୍ଦପୁର ଥାନାରେ କରିଥିଲେ l ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରେସ ମିଟ ମାଧ୍ୟମରେ ଫକୀରପୁର ଠାରେ ଲୁଟ ହୋଇଥିବା ସୁନା ଅଳଙ୍କାର ଗଣ ମାଧ୍ୟ୍ୟମକୁ ସୂଚନା ଦେଇ ପର୍ଦାଫାସ କରିଥିଲେ lଅନୁସନ୍ଧାନ କରି ଆନନ୍ଦପୁର ପୋଲିସ ଦୁଇ ତିନୋଟି ସ୍ଥାନରେ ଚଡାଉ କରି ଆସାମୀଙ୍କୁ ଗିରଫ କରିଥିଲେ l ସୂଚନା ଅନୁଯାଇ ଅଭିଯୋଗ କାରୀର ପୁଅ ନିଜେ ଘରର ସମସ୍ତ ସୁନା ଅଳଙ୍କାର ଚୋରି କରି ଅନ ଲାଇନ ଗେମ ରେ ନିୟୋଜିତ କରିଥିଲା l ପୋଲିସ କହିବା ଅନୁଯାଇ ପିତା ମାତା ପୁଅର ଚୋରି ବିଷୟ ରେ ଜାଣିବା ପରେ ମିଥ୍ୟା ଅଭିଯୋଗ ଦ୍ଵାରା ଥାନାରେ ଅଭିଯୋଗ କରିଥିଲେ l ଗୋଟିଏ ସୁନା ଚେନ ସହ ଗୋଟିଏ ମଙ୍ଗଳ ସୂତ୍ର, ଦୁଇଟି ମୁଦି, ଏବଂ ସୁନା କାନ ଫୁଲ ଦୁଇ ହଳ ଜବଦ କରି ଅଭିଯୋଗ କାରି ପୁଅକୁ ଗିରଫ କରି ଉପ ଆରକ୍ଷୀ ଅଧିକାରୀ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ l
