ଖଜୁରୀପଡ଼ାରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ।
ଫୁଲବାଣୀ:ନିପ୍ର:-୩୦/୦୩ ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ଭିଡ଼ିଓ କନଫରେଶନ ମାଧ୍ୟମରେ କଳାହାଣ୍ଡି ଜିଲାରୁ ଶୁଭାରମ୍ଭ ହୋଇଛି। ୫୦ ହଜାର ହିତାଧିକାରି ଙ୍କୁ ଯୋଜନା ସହ ଯୋଡ଼ିବେ ସରକାର ଏ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି। ଗରିବ ଶ୍ରେଣୀର ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ ଭିନ୍ନକ୍ଷମ,ବିଧବା, ଅନାଥ,ଅସହାୟ ଦୂରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ଶହୀଦ ପରିବାର ବ୍ୟକ୍ତି,ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି,ହାତୀ ଉପଦ୍ରବ ହୋଇ ଭାଙ୍ଗିଥିବା ଘର, ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି।ଏହି ପରିପ୍ରେକ୍ଷୀରେ ରବିବାର ଖଜୁରୀପଡ଼ା ବ୍ଲକ ପ୍ରଶାସନ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ତତ୍ୱାବ ଧାନରେ ହାଇସ୍କୁଲ୍ ପଡିଆଠାରେ ଏହି ଅନ୍ତୋଦ୍ୱୟ ଯୋଜନାର କାର୍ଯ୍ୟାଦେଶ ଯୋଗ୍ୟ ହିତାଧକାରୀଙ୍କୁ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ,ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନୀମା କହଁର,ଉପାଧ୍ୟକ୍ଷ ଅମିତ କୁମାର୍ ଦିଗାଲ,ଜିଲାପରିଷଦ ସଭ୍ୟା ଉର୍ବଶୀ ଦିଗାଲ,ଫୁଲବାଣୀ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ସମେତ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିବା ବେଳେ ଗ୍ରାମାଞ୍ଚଳରୁ ଏହି ଯୋଜନାରେ ସାମିଲ ଥିବା ହିତାଧିକାରୀମାନେ ଉପସ୍ଥିତ ରହି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ସହିତ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଦେଖିଥିଲେ।ବଜେଟ୍ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖିଛନ୍ତି ସରକାର। ବଜେଟ୍ରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କାଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା ରାଜ୍ୟ ସରକାରଙ୍କ ଏକ ମହତ୍ତ୍ୱାପୂର୍ଣ୍ଣ ଯୋଜନା। ଯେଉଁଥିରେ ଘର ନିର୍ମାଣ ପାଇଁ ୩ଟି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ପାରିଶ୍ରମିକ ବାବଦକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୯୦/୯୫ ଦିନର ମଜୁରୀ ପ୍ରଦାନ କରାଯିବ ତାହା ସହିତ ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ଶୌଚାଳୟ ପ୍ରଦାନ କରାଯିବ,ଉଜ୍ଜ୍ୱଳ ଯୋଜନାରୁ ରନ୍ଧନ ଗ୍ୟାସ ପ୍ରଦାନ କରାଯିବ, ସୌଭାଗ୍ୟ ଯୋଜନାରୁ ବିଜୁଳି ସଂଯୋଗ କରାଯିବ,ବସୁଧା ଯୋଜନାରୁ ପିଇବା ପାଣି ସଂଯୋଗ କରାଯିବ ବୋଲି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ୧୪ଟି ପଞ୍ଚାୟତର ୧୬୯ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ସମ୍ପୂର୍ଣ୍ଣ ଭାବେ ସୁଚାରୁ ରୂପେ ତୁଳାଇ ଥିବାବେଳେ ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ବେଲାର୍ଶନ କଦମସେଟ,ଇଂଜିନିୟର ରବିନାରାୟଣ ଲେଙ୍କା,ଯୋଗାଣ ଅଧିକାରୀ ପ୍ରିତିରଞ୍ଜନ ବିଶ୍ଵାଳ ସମେତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
