ଅନ୍ତୋଦେୟ ଗୃହ ଯୋଜନା ଶୁଭଆରମ୍ଭ
, ରାଷ୍ଟ୍ରୀୟ ନଵବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କଳାହାଣ୍ଡି ଠାରେ ଅନ୍ତୋଦେୟ ଗୃହ ଯୋଜନା ଶୁଭାରମ୍ଭ କରିଛନ୍ତି। ସେହିପରି ଓଡ଼ିଶାର ସମସ୍ତ ବ୍ଲକରେ ଏହି ଯୋଜନା ଶୁଭାରମ୍ଭ କରଯାଇଥିବା ବେଳେ ପୁରୀଜିଲ୍ଲା ଗୋପ ବ୍ଲକରେ ମଧ୍ୟ ଅନ୍ତୋଦେୟ ଗୃହ ଯୋଜନା ବ୍ଲକ ପ୍ରଶାସନ ତରଫରୁ ଶୁଭାରମ୍ଭ କରାଯାଇଛି। ଗୋପ ବ୍ଲକ ବିଡ଼ିଓ ଛବିରାଣୀ ସାହୁଙ୍କ ତତ୍ୱାବଧାନରେ ଗୋପ ବ୍ଲକ ପରିସରରେ ହଜାର ହଜାର ମିଶନ ଶକ୍ତି ମହିଳା,ସ୍ୱୟଂସହାୟକ ଗୋଷ୍ଟିଙ୍କ ସମେତ ସତାଧିକ ଯୋଗ୍ୟ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଗୋପ ବ୍ଲକ ଅଧକ୍ଷା ଝୁନୁ ମଲିକ, ଉପାଧକ୍ଷ ବନରଞ୍ଜନ ପଟନାୟକ, ପୁରୀଜିଲ୍ଲା ପ୍ରକଳ୍ପ ଅଧିକାରୀ ରାଜୀବ ଲୋଚନ ବେହେରା, ଜିଲ୍ଲା ପରିଷଦ ପ୍ରମୋଦ ରାଏ, ଜଗତସିଂହପୁର ସାଂସଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁ ଏବଂ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସରକାରଙ୍କ ଏହି ଯୋଜନାର ସମାଜରେ ଅବହେଳିତ ଶ୍ରେଣୀର ତଥା, ଭିନ୍ନକ୍ଷମ, ଅସାଧ୍ୟ୍ୟ ରୋଗୀ, ଜୀବନରେଖା ମାନଦଣ୍ଡ ଭିତରେ ଆସୁଥିବା ସ୍ୱାମୀ ପରୀତକ୍ତା ଏବଂ ବିଧବା ନିରାଶୟ ବ୍ୟକ୍ତିମାନେ ଏହାର ଲାଭ ନେଇପାରିବେ ବୋଲି ମଞ୍ଚାସିନ ଅତିଥିମାନେ ଉପସ୍ଥିତ ସାଧାରଣ ଲୋକମାନଙ୍କୁ ଅବଗତ କରାଇ ଥିଲେ। ଏହି ଯୋଜନା ଶୁଭାରମ୍ଭ ଅବସରେ ଗୋପ ବ୍ଲକ ୩୧ଗୋଟି ପଞ୍ଚାୟତର ୧୦୧ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତୋଦେୟ ଗୃହ ଯୋଜନାର ପ୍ରଥମ କିସ୍ତି ଚେକ ଗୋପ ବ୍ଲକ ପ୍ରଶାସନ ତରଫରୁ ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋପ ବ୍ଲକ ଅତିରିକ୍ତ ବିଡିଓ ଦୀପକ କୁମାର ଜେନା, ସିଡିପିଓ ମିନାକ୍ଷୀ ସାହୁଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଏବଂ ଗୋପ ବିଜେପି ମଣ୍ଡଳର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିବବେଳେ ସଂଗ୍ରାମ ଭୋଳ ସୁନ୍ଦର ଭାବରେ ମଞ୍ଚପରିଚାଳନ କରିଥିଲେ ।
