କୋଣାର୍କରେ କଳାବଜାରୀ
ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଟିକେଟ ପାଇଁ କୋଣାର୍କରେ କଳାବଜାରୀ ଚାଲିଛି। ବହୁ ଅଭିଯୋଗ ପରେ ମଧ୍ଯ ଟିକେଟ ଦଲାଲ୍ ଓ ପୋଲିସ୍ ପ୍ରଶାସନ ସଲାସୁତୁରା ଯୋଗୁଁ ଦଲାଲ୍ ମାନେ ଖସି ଯାଆନ୍ତି। ମଙ୍ଗଳ ବାର ସକାଳେ କିନ୍ତୁ ଜଣେ ବ୍ୟକ୍ତି କଳାବଜାରୀ କରି ନକଲି ଟିକେଟ କରି ମନ୍ଦିର ପ୍ରବେଶ କରୁଥିବା ସୁଚନା ମିଳିଛି। ସାଇଟ ସିନ ବୁଲିବାକୁ ଆସିଥିବାରୁ ଲମ୍ବା ଲାଇନରେ ଟିକେଟ ନକରି ସେଠାରେ ମୋବାଇଲ ଜରିଆରେ ଟିକେଟ କରୁଥିବା ଜ୍ଞାନ ବେହେରା ନାମକ ଜଣେ ଦଲାଲ୍ ଠାରୁ ୩୮ ଟିକେଟ ୪୦ଟଙ୍କା ଲେଖାଏଁ ଦେଇ କିଣି ଥିଲେ। କିନ୍ତୁ ପ୍ରଵେଶ ଗେଟ୍ ରେ କିଛି ଟିକେଟ ନକଲି ବା ଜେରକ୍ସ କପି ବୋଲି ମନ୍ଦିର କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ। ପର୍ଯ୍ୟଟକଙ୍କୁ ଆଣି ଆସିଥିବା ଟୁରିଷ୍ଟ ଗାଇଡଙ୍କୁ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କାର୍ଯ୍ୟାଳୟରେ ଅଟକ ରଖାଯାଇ ତାଗିଦ୍ କରି ଛଡ଼ା ଯାଇଛି। ପୁର୍ବରୁ ଅନେକ ସମୟରେ ଟିକେଟ ଦୁର୍ନିତୀ ହୋଈ ଆସୁଥିଲେ ମଧ୍ୟ ପୋସିଲ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ନେଇ ସାଧାରଣରେ ଦାବି ହେଉଛି। ମନ୍ଦିର ସମ୍ମୁଖରେ ୧୦ଜଣ ରୁ ଉର୍ଦ୍ଧ୍ବ ଦଲାଲ୍ ଟିକେଟ କଳା ବଜାରି କରି ପର୍ଯ୍ୟଟକଙ୍କୁ ଲୁଟ କରୁଛନ୍ତି। ନକଲି ଟିକେଟ ରେ ପ୍ରବେଶ କରାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏସଆଇଏସ ସିକୁିରିଟି ସଂସ୍ଥାର କିଛି ସିକ୍ୟୁରିଟି ଗାର୍ଡ ମଧ୍ୟ ସାମିଲ ଅଛନ୍ତି। ଯାହା ଫଳରେ ଦୈନିକ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ବାରମ୍ଵାର ଅଭିଯୋଗ ପରେ ବି କୋଣାର୍କ ପୋଲିସ୍ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍।
