ଆୟ ବର୍ହିଭୁତ ସଂପତ୍ତି ଠୁଳ ନେଇ ଅଭିଯୋଗ
କାକଟପୁର,- କାକଟପୁର ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ୨୦୧୯-୨୪ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ତ୍ଵପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିବା ବେଳେ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ବେନାମୀ ସମ୍ପତ୍ତି ଆହରଣ କରିଛନ୍ତି। ପ୍ରକାଶ ଥାଉକି ଗତ ୧୩.୦୫.୨୦୨୪ ରିଖରେ କାକଟପୁର ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ଶ୍ରୀ ବେହେରା ନିଜର ଓ ତାଙ୍କ ପତ୍ନୀଙ୍କର ମୋଟ୍ ସମ୍ପତ୍ତି ର ମୂଲ୍ୟ ୯୭ ଲକ୍ଷ ୧୧ ହଜାର ୪୬୮ ଟଙ୍କା (ସ୍ଥାବର ସମ୍ପତି ର ମୂଲ୍ୟ ୧୬ ଲକ୍ଷ + ଅସ୍ଥାବର,ସମ୍ପତ୍ତି ର ମୂଲ୍ୟ ୮୧ ଲକ୍ଷ ୧୧ ହଜାର ୪୬୮ ଟଙ୍କା) ବୋଲି ସତ୍ୟପାଠ ମାଧ୍ୟମରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇଥିଲେ । କିନ୍ତୁ ପୂର୍ବ ସରକାରଙ୍କ ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ଦୁର୍ନିତି ତଥା ଅସାଧୁ ଉପାୟ ଅବଲମ୍ବନ କରି ଶ୍ରୀ ବେହେରା କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆହାରଣ କରିଛନ୍ତି । ବିଶ୍ବସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ, ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ, କରୋନା ସମୟରେ ହୋଇଥିବା ଦୁର୍ନିତି, କାଟକଟପୁର ନିର୍ବାଚନ ମଣ୍ଡଳୀରେ ହୋଇଥିବା 5ଟି କାର୍ଯ୍ୟ ତଥା ବିଦ୍ୟାଳୟ ରୂପାନ୍ତରୀକରଣ ନାଁ ରେ ସେତେବେଳର ମନ୍ତ୍ରୀ ଥିବା ଶ୍ରୀ ବେହେରା କୋଟି କୋଟି ଟଙ୍କା ଚଳୁ କରିଛନ୍ତି । ଏହି ଟଙ୍କାକୁ ସେ ଓ ତାଙ୍କର ସମ୍ପର୍କୀୟଙ୍କ ମାଧ୍ୟମରେ ବିଭିନ୍ନ ସ୍ଥାନରେ ବିନିଯୋଗ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ବେହେରା ନିଜର ନିର୍ବାଚନ ସତ୍ୟପାଠ ରେ ଉଲ୍ଲେଖ କରିନାହାଁନ୍ତି । ସୂଚନା ଥାଉକି ଗତ ୨୦୨୪ ମସିହା ନଭେମ୍ବର ୧୩ ତାରିଖ ରୁ ୨୦୨୫ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରଲୋଭନ କଥା କହି ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଠାରୁ ସାଇବର ଠକ ମାନେ ଏକ ଟ୍ରେନିଂ ଆପ୍ ଜରିଆରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକି ନେଇଯାଇଥିବା କଥା ଉଲ୍ଲେଖ କରି ଗତ ୧୩.୦୧.୨୦୨୫ ରିଖ ରେ ଶ୍ରୀ ବେହେରା କ୍ରାଇମ୍ ବ୍ରାଞ୍ଚର ସାଇବର ଥାନା ରେ ଅଭିଯୋଗ କରିଥିଲେ । ଶ୍ରୀ ବେହେରାଙ୍କ ଅଭିଯୋଗ ଆଧାରରେ କଟକ ସାଇବର ଥାନା ପୁଲିସ୍ ଏକ ମାମଲା (ନଂ- ୦୩) ରୁଜ୍ଜୁ କରିଛି ।

ଶ୍ରୀ ବେହେରା ଗତ ତା-୧୩,୦୫,୨୦୨୫ ରିଖ ରେ ଦାଖଲ କରିଥିବା ନିଜର ସତ୍ୟପାଠରେ ୨୦୧୯-୨୦ ଆର୍ଥିକବର୍ଷରେ ୮ ଲକ୍ଷ ୧୨ ହଜାର ୨୯୦ ଟଙ୍କା ଆୟ କରିଥିବା ବେଳେ, ୨୦୨୦-୨୧ ଆର୍ଥିକ ବର୍ଷରେ ୧୧ ଲକ୍ଷ ୮୦ ହଜାର ୮୦୦ ଟଙ୍କା, ୨୦୨୧-୨୨ ଆର୍ଥିକ ବର୍ଷରେ ୧୧ ଲକ୍ଷ ୫୩ ହଜାର ୨୯୦ ଟଙ୍କା, ୨୦୨୨-୨୩ ଆର୍ଥିକବର୍ଷରେ ୧୧ ଲକ୍ଷ ୭୪ ହଜାର ଟଙ୍କା ଆୟ କରିଥିବା ଦର୍ଶାଇଛନ୍ତି । କିନ୍ତୁ, ସତ୍ୟପାଠ ଦାଖଲ କରିବାର ୬ ମାସ ମଧ୍ୟରେ କେଉଠୁଁ ଶ୍ରୀ ବେହେରା ୧ କୋଟି ୪୦ ଲକ୍ଷ ଟଙ୍କା ଆଣିଲେ ଓ ଏହି ଟଙ୍କାକୁ ଟ୍ରେନିଂ ଆପ୍ ରେ ଲଗାଇଲେ ଏହାର ତଦନ୍ତ କରାଯାଉ । ଶ୍ରୀ ବେହେରା ବିଭିନ୍ନ ଗୁରୁତ୍ତ୍ଵପୂଣ୍ଣ ବିଭାଗରେ ମନ୍ତ୍ରୀ ଅବା ସମୟରେ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ନିଜେ ଓ ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଅପରାଧିକ ଷଡ଼ଯନ୍ତ୍ର ପୂର୍ବକ କୋଟି କୋଟି ଟଙ୍କା ଆୟ କରିଛନ୍ତି । ଅସତ୍ ଉପାୟରେ ଆୟ କରିଥିବା ଓ ଏହାକୁ ଭିନ୍ନ ଭିନ୍ନ ସ୍ଥାନରେ ବିନିଯୋଗ କରିଥିବା ସମ୍ପର୍କରେ ନିଜର ନିର୍ବାଚନ ସତ୍ୟପାଠରେ ଉଲ୍ଲେଖ କରିନାହାଁନ୍ତି ।ଏଣୁ ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ଓ ତା’ଙ୍କର ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କର ବିଧାୟକ ପଦ ରଦ୍ଦ କରିବାକୁ ବିଜେପି ନେତା ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଦାବି କରିବା ସହ କାକଟପୁର ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
