କନ୍ଧମାଳ ପୋଲିସ ର ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
କନ୍ଧମାଳ ପୋଲିସ ର ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ।କନ୍ଧମାଳ ତା ୦୧/୦୪/୨୦୨୫(ରିପୋର୍ଟ- ଦାରୁଣ ବେହେରା,କନ୍ଧମାଳ) ଫୁଲବାଣୀ ଆଜି ସମଗ୍ର ରାଜ୍ୟରେ ପାଳିତ ହେଉଛି ଉତ୍କଳ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ l ଏହି ଅବସରରେ ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ପରିସରରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ । ପୋଲିସ ପକ୍ଷରୁ ଆର୍ମଡ ରିଜର୍ଭ ଇନ୍ସପେକ୍ଟର ତଥା ପ୍ୟାରେଡ କମାଣ୍ଡର ବୀରସେନ ଶବର ଓ ସେକେଣ୍ଡ ଇନ କମାଣ୍ଡ ବିବେକାନନ୍ଦ ନାୟକଙ୍କ ନେତୃତ୍ବରେ ତିନି ପ୍ଲାଟୁନ ପୋଲିସ ଅତି ସୁନ୍ଦର ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବି ସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ନିରୀକ୍ଷଣ କରିବା ସହ ଅଭିବାଦନ ଜଣାଇ ଥିଲେ l ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମାର ବରିଷ୍ଠ ଅଧିକାରୀ ତଥା ଡି ଏସ ପି ମାନସ ରଞ୍ଜନ ବାରିକ, ସ୍ନେହାଶିଶ ସାହୁ, ଏସ ଡି ପିଓ ଶୁଭ୍ର ଜିତ ବିଶ୍ୱାଳଙ୍କ ସମେତ ନିମନ୍ତ୍ରିତ ଅତିଥି କମାଣ୍ଡେଣ୍ଟ ଅଫିସର ୯୯ ବାଟାଲିୟନ, ଏସଡିପିଓ ବାଲିଗୁଡ଼ା , ଏସଡିପିଓ ଜି ଉଦୟଗିରି , ଡି ଏସପି କନ୍ଧମାଳ, ଇନସପେକ୍ଟର କନ୍ଧମାଳ ଏସ୍ପି ଅଫିସ ଷ୍ଟାଫ୍,ଅବସର ପୋଲିସ କର୍ମଚାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ଏସପି ହରିଶ ବିସି ବିଭିନ୍ନ ସ୍ତରରେ ଥିବା ବେଷ୍ଟ ସବ ଇନ୍ସପେକ୍ଟର ରାଇକିଆ ଥାନାର ଆଶୁତୋଷ ପାଇକରାୟ ,ବେଷ୍ଟ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ରମାକାନ୍ତ ସେଠୀ, ବେଷ୍ଟ ହାବିଲଦାର ସନ୍ତୋଷ କୁମାର ମେହର,ବେଷ୍ଟ ଏ ପି ଆର କନେଷ୍ଟବଳ ସୁଚରିତା ସାହୁ , ବେଷ୍ଟ ଓ ଆର ପ୍ରଶାନ୍ତ କୁମାର ମହାନ୍ତି, ପ୍ରମୁଖଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଷ୍ପ ଗୁଚ୍ଛ ସହ ମାନପାତ୍ର ଦେଇ ପୁରସ୍କୃତ କରାଯାଇଛି। ଏଥି ସହିତ ବରିଷ୍ଠ ନାଗରିକ ଓ ପୋକିସ ପରିବାର ଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାଢ଼ୀ ଶୁଭ ଉଦ୍ଘାଟନ କରିଥିଲେ l
